29.1 C
Bhubaneswar
Tuesday, February 10, 2026
Homeଓଡିଶାଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦର ବୃଦ୍ଧି ବିରୋଧରେ ଜାନୁଆରୀ ୬ ରେ ବିଜେଡିର ଗଣବିକ୍ଷୋଭ

ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦର ବୃଦ୍ଧି ବିରୋଧରେ ଜାନୁଆରୀ ୬ ରେ ବିଜେଡିର ଗଣବିକ୍ଷୋଭ

. ମୁଦ୍ରାସ୍ପୀତି ବୃଦ୍ଧିରେ ଦେଶରେ ଓଡ଼ିଶାର ସ୍ଥାନ ତୃତୀୟ
. ମୁଦ୍ରାସ୍ପୀତି ବୃଦ୍ଧିରେ ପ୍ରଥମ ଆଠଟି ରାଜ୍ୟ ମଧ୍ୟରୁ ସାତଟି ବିଜେପି ଶାସିତ ରାଜ୍ୟ
.  ୨୬ ଡିସେମ୍ୱରରେ ପ୍ରତି ନିର୍ବାଚନ ମଣ୍ଡଳୀରେ ପାଳିତ ହେବ ବିଜେଡି ପ୍ରତିଷ୍ଠା ଦିବସ

ଭୁବନେଶ୍ୱର : ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦର ବୃଦ୍ଧି ଜନସାଧାରଣଙ୍କୁ ଅତିଷ୍ଠ କଲାଣି ଓ ଲୋକେ ତ୍ରାହି ତ୍ରାହି ଡାକିଲେଣି ବୋଲି କହି ବିଜେଡି ଆଜି ବିଜେପି ସରକାରଙ୍କ ଉପରେ ବର୍ଷିଛି । ଶଙ୍ଖ ଭବନ ଠାରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଦଳର ସମନ୍ୱୟ କମିଟିର ଅଧ୍ୟକ୍ଷ ଶ୍ରୀ ଦେବୀ ପ୍ରସାଦ ମିଶ୍ର, ଦଳର କାର୍ଯ୍ୟକ୍ରମ ରୂପାୟନ କମିଟିର ଆବାହକ ଶ୍ରୀ ସଞ୍ଜୟ ଦାସବର୍ମା, ଦଳର ବରିଷ୍ଠ ମିଡ଼ିଆ ସଂଯୋଜକ ଶ୍ରୀ ପ୍ରତାପ ଜେନା, ଦଳର ମହିଳା ସଭାନେତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଓ ଦଳର ଯୁବ ସଭାପତି ଶ୍ରୀ ବ୍ୟୋମକେଶ ରାୟ ଏହି ଅହେତୁକ ଦରବୃଦ୍ଧି ବିରୋଧରେ ଆସନ୍ତା ଜାନୁଆରୀ ୬ ତାରିଖ ଦିନ ସଚିବାଳୟ ସମ୍ମୁଖରେ ଏକ ଗଣବିକ୍ଷୋଭ କରାଯିବ ବୋଲି ସୂଚନା ଦେଇଥିଲେ। ତାଛଡା, ଆସନ୍ତା ଡିସେମ୍ୱର ୨୬ ତାରିଖ ଦିନ ବିଜୁ ଜନତା ଦଳର ୨୮ତମ ପ୍ରତିଷ୍ଠା ଦିବସ ରାଜ୍ୟର ସମସ୍ତ ବିଧାନସଭା ଆସନ ଗୁଡିକରେ ଆୟୋଜିତ ହେବ ବୋଲି ମଧ୍ୟ ସୂଚନା ଦେଇଥିଲେ। ସେହିଦିନ ବିଜେଡି ମୁଖ୍ୟାଳୟ ଶଙ୍ଖ ଭବନ ଠାରେ ଆୟୋଜିତ ହେବାକୁ ଥିବା ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ। ଶ୍ରୀ ଦେବୀ ପ୍ରସାଦ ମିଶ୍ର କହିଥିଲେ, ବିଜେପି ସରକାରର ପ୍ରତିଶ୍ରୁତି ପାଳନରେ ବିଫଳତାକୁ କ୍ଷେତ୍ରୀୟ ସ୍ତରରେ ସଭାସମିତି ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରାଯିବ। ଡବଲ ଇଂଜିନ ଡବଲ ବିକାଶର ନାରା ଦେଇ ଉଭୟ ରାଜ୍ୟ ଓ କେନ୍ଦ୍ରରେ ଆସିଥିବା ବିଜେପି ସରକାର ଦରଦାମ ନିୟନ୍ତ୍ରଣ ଓ ଅର୍ଥନୀତିର ସୁପରିଚାଳନା କ୍ଷେତ୍ରରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ମୁଦ୍ରାସ୍ପୀତି ବୃଦ୍ଧିରେ ନୂଆ ରେକର୍ଡ ସୃଷ୍ଟି ହୋଇଛି।

ମୁଦ୍ରାସ୍ପୀତି ବୃଦ୍ଧିର କିଛି ତଥ୍ୟ ଦେଇ ଶ୍ରୀ ମିଶ୍ର କହିଥିଲେ, ଖୁଚୁରା ମୁଦ୍ରାସ୍ପୀତି ନଭେମ୍ୱର ମାସରେ ୫.୪୮ ପ୍ରତିଶତକୁ ଛୁଇଁଛି, ଯାହା ଗତ ନଅ ମାସରେ ସବୁଠାରୁ ଅଧିକ। ସେହିପରି, ଖାଦ୍ୟ ସାମଗ୍ରୀ ଗୁଡିକର ମୁଦ୍ରାସ୍ପୀତି ନଭେମ୍ୱର ମାସରେ ୯.୪ ପ୍ରତିଶତ ରହିଛି, ଯାହା ମଧ୍ୟ ସର୍ବାଧିକ। ପନିପରିବା ଦର ଗତ ଅଗଷ୍ଟ ମାସରେ ୩୫.୯୯ ପ୍ରତିଶତ ବୃଦ୍ଧି ପାଇଥିଲା। ସେହିପରି ଗ୍ରାମାଞ୍ଚଳରେ ମୁଦ୍ରାସ୍ପୀତି ମଧ୍ୟ ୬. ୬୮ ପ୍ରତିଶତକୁ ଛୁଇଁଛି ବୋଲି ଶ୍ରୀ ମିଶ୍ର କହିଥିଲେ। ଦେଶର ରାଜ୍ୟମାନଙ୍କ ଭିତର ମୁଦ୍ରାସ୍ପୀତିକୁ ନିୟନ୍ତ୍ରଣରେ ରଖିବା କ୍ଷେତ୍ରରେ ଉଭୟ କେନ୍ଦ୍ର ସରକାର ଓ ଓଡିଶା ସମେତ ବିଜେପି ଶାସିତ ରାଜ୍ୟ ସରକାରମାନେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଦରଦାମ ବୃଦ୍ଧି ଯୋଗୁଁ ଜନସାଧାରଣ ହନ୍ତସନ୍ତ ହେଉଥିବା ବେଳେ ସରକାରଙ୍କ ତରଫରୁ ଏହାକୁ ରୋକିବା ପାଇଁ କୌଣସି ଆନ୍ତରିକତା ଦେଖିବାକୁ ମିଳୁନାହିଁ। ବରଂ ବିଭିନ୍ନ ପ୍ରକାର ଭ୍ରମାତ୍ମକ ଓ ମିଥ୍ୟା ତଥ୍ୟ ଦେଇ ରାଜ୍ୟବାସୀଙ୍କୁ ଭ୍ରମିତ କରାଯାଉଛି। ଏଣୁ ଏହି ଅହେତୁକ ଦରବୃଦ୍ଧିକୁ ବିରୋଧ କରି ଆସନ୍ତା ଜାନୁଆରୀ ୬ ତାରିଖ ଦିନ ସଚିବାଳୟ ସମ୍ମୁଖରେ ଏକ ଗଣବିକ୍ଷୋଭ ଅନୁଷ୍ଠିତ ହେବ ବୋଲି ଶ୍ରୀ ମିଶ୍ର ଘୋଷଣା କରିଥିଲେ।

ଶ୍ରୀ ସଞ୍ଜୟ ଦାସବର୍ମା କହିଥିଲେ, ଆସନ୍ତା ଡିସେମ୍ୱର ୨୬ ତାରିଖ ଦିନ ବିଜେଡିର ୨୭ତମ ପୂର୍ତ୍ତି ସଙ୍ଗେ ସଙ୍ଗେ ୨୮ତମ ପ୍ରତିଷ୍ଠା ଦିବସ ନିର୍ବାଚନ ମଣ୍ଡଳୀ ସ୍ତରରେ ପାଳନ କରାଯିବ। ଏହି ଦିବସରେ ବିଜେଡିର ଛାମୁଆ ନେତୃତ୍ୱ ପଦାଧିକାରୀ ତଥା ଶୁଭେଛୁ ମାନଙ୍କୁ ନେଇ କ୍ଷେତ୍ରୀୟ ସମ୍ମିଳନୀ/ସଭା କରି ଆମର ବିଗତ ଦିନର ଲୋକଙ୍କ ପାଇଁ ନିଆଯାଇଥିବା ସଫଳ କାର୍ଯ୍ୟକ୍ରମ ତଥା ସାମ୍ପ୍ରତିକ ସରକାରର ଜନ ବିରୋଧୀ କାର୍ଯ୍ୟକ୍ରମ, ଦରଦାମ ବୃଦ୍ଧି ଠାରୁ ଆରମ୍ଭ କରି ନିର୍ବାଚନ ସମୟରେ ଦିଆଯାଇଥିବା ବିଭିନ୍ନ ପ୍ରତିଶ୍ରୁତି ରକ୍ଷା କରିବାରେ ସରକାରଙ୍କ ବିଫଳତାକୁ ଜନ ସାଧାରଣଙ୍କ ସମ୍ମୁଖରେ ରଖାଯିବ।

ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ କହିଥିଲେ, ଅହେତୁକ ଦରବୃଦ୍ଧି ଯୋଗୁଁ ରାଜ୍ୟର ମହିଳାମାନେ ନାହିଁ ନଥôବ । ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେ ଆହୁରି କହିଥିଲେ, ଓଡ଼ିଶାର ମୁଦ୍ରାସ୍ପୀତି ମଧ୍ୟ ଚିନ୍ତାଜନକ ଭାବେ ବୃଦ୍ଧି ପାଇଛି। ଓଡିଶାର ମୁଦ୍ରାସ୍ପୀତି ୬.୭୮ ପ୍ରତିଶତ ରହିଥିବା ବେଳେ, ଏହା ଦେଶର ସମସ୍ତ ରାଜ୍ୟମାନଙ୍କ ତୁଳନାରେ ତୃତୀୟ ସ୍ଥାନରେ ରହିଛି। ଉଲ୍ଲେଖଯୋଗ୍ୟ, ଦେଶର ରାଜ୍ୟମାନଙ୍କ ଭିତରେ ମୁଦ୍ରାସ୍ପୀତି ବୃଦ୍ଧି ତାଲିକାରେ ପ୍ରଥମ ଆଠଟି ରାଜ୍ୟ ମଧ୍ୟରେ ସାତଟି ବିଜେପି ଶାସିତ ରାଜ୍ୟ ରହିଛନ୍ତି। ଛତିଶଗଡ଼, ବିହାର, ଓଡିଶା ଓ ୟୁପି ଯଥାକ୍ରମେ ପ୍ରଥମ, ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଥିଲା ବେଳେ ପଞ୍ଚମ ସ୍ଥାନରେ ଅଣବିଜେପି ଶାସିତ ରାଜ୍ୟ ଭାବେ କେରଳ ରହିଛି। ମଧ୍ୟପ୍ରଦେଶ, ଗୁଜରାଟ ଓ ହରିଆନା ଯଥାକ୍ରମେ ଷଷ୍ଠ, ସପ୍ତମ ଓ ଅଷ୍ଟମ ସ୍ଥାନରେ ରହିଛନ୍ତି। ଧାନର ସହାୟତା ରାଶି ବୃଦ୍ଧି କ୍ଷେତ୍ରରେ ମଧ୍ୟ ଗୋଟିଏ କୁଇଌକ୍ଷଗ୍ଧ;ାଲ ଧାନରୁ ପ୍ରାୟ ପାଞ୍ଚରୁ ନଅ କେଜି କଟନୀ ଛଟନୀ ହେଉଥିବାରୁ ସହାୟତା ରାଶି ବୃଦ୍ଧି ମଧ୍ୟ ପ୍ରହସନରେ ପରିଣତ ହୋଇଛି।

ବିଜେଡି ବିଧାୟକ ତଥା ଯୁବ ସଭାପତି ବ୍ୟୋମକେଶ ରାୟ କହିଥିଲେ, ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ଦିଆଯିବା କ୍ଷେତ୍ରରେ ବିଜେପିର ପ୍ରତିଶ୍ରୁତି ଧୂଆଁବାଣରେ ପରିଣତ ହୋଇଛି। ସେହିପରି, ଦଳର ବରିଷ୍ଠ ମିଡ଼ିଆ ସଂଯୋଜକ ଶ୍ରୀ ପ୍ରତାପ ଜେନା କହିଥିଲେ, ବିଜୁ ଜନତା ଦଳ ଓଡିଶାବାସୀଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବା ପାଇଁ ନିରନ୍ତର ଭାବେ କାମ କରିଆସୁଛି ଓ ଏହା ଆଗାମୀ ଦିନରେ ମଧ୍ୟ ଜାରି ରହିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking