25.9 C
Bhubaneswar
Monday, April 6, 2026
Homeଓଡିଶାନିଆଁ ଲାଗି ଜଳିଗଲା କୋଟିଏ ଟଙ୍କାର ସାମଗ୍ରୀ

ନିଆଁ ଲାଗି ଜଳିଗଲା କୋଟିଏ ଟଙ୍କାର ସାମଗ୍ରୀ

ଗଞ୍ଜାମ: ନିଆଁ ଲାଗି ଜଳିଗଲା କୋଟିଏ ଟଙ୍କାର ସାମଗ୍ରୀ। ଗଞ୍ଜାମ କୋଦଳା ମୁଖ୍ୟ ରାସ୍ତାରେ ଥିବା ଜଗନ୍ନାଥ ସାହୁଙ୍କ ତେଜ ଆଗ୍ରୋ ଫ୍ୟାକ୍ଟ୍ରିରେ ନିଆଁ ଲାଗି କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର କଞ୍ଚମାଲ ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଆଜି ଭୋରରୁ ଫ୍ୟାକ୍ଟ୍ରିରେ ନିଆଁ ଲାଗିଯାଇଥିଲା। କମ୍ପାନୀରେ ନିଆଁ ଲାଗିଯାଇଥିବା ଦେବା ଦେଖି ସ୍ଥାନୀୟ ଲୋକେ କମ୍ପାନୀ ମାଲିକଙ୍କୁ ଫୋନ୍‌ କରିବା ସହ ଅଗ୍ନିଶମ ବାହିନୀକୁ ଫୋନ୍ କରିଥିଲେ। ୨ଘଣ୍ଟାର ପରିଶ୍ରମ ପରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲେ। ଫ୍ୟାକ୍ଟ୍ରିରେ ମୃଦୁ ପାନୀୟ, କେକ୍, ରୁଟି ଭଳି ସାମଗ୍ରୀର କଞ୍ଚାମାଲ ସମେତ କିଛି ଯନ୍ତ୍ରାଂଶ ପୋଡ଼ି ପାଉଁଶ ହୋଇଥିବା ସୂଚନା ମିଳିଛି।ସଟ୍ ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଇଛି। ତେବେ ଫ୍ୟାକ୍ଟ୍ରିରେ କିପରି ନିଆଁ ଲାଗିଲା ତାର କାରଣ ଜଣାପଡ଼ି ନାହିଁ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking