ଶ୍ରେଷ୍ଠ ଗୁରୁ – ପିତା ମାତା
ଶ୍ରେଷ୍ଠ ଦାନ – ଅନ୍ନ ଦାନ
ଶ୍ରେଷ୍ଠ ସେବା – ଜୀବ ସେବା
ଶ୍ରେଷ୍ଠ କର୍ମ – ସତ୍ କର୍ମ
ଶ୍ରେଷ୍ଠ ପରିଚୟ – ଉତ୍ତମବ୍ୟବହାର
ଶ୍ରେଷ୍ଠ ଚିନ୍ତା – ଈଶ୍ବର ଚିନ୍ତା
ଶ୍ରେଷ୍ଠ ଜୀବନ – ଆଦର୍ଶ ଜୀବନ
ଶ୍ରେଷ୍ଠ ଜ୍ଞାନ – ତତ୍ତ୍ୱ ଜ୍ଞାନ
ଶ୍ରେଷ୍ଠ ଧନୀ – ଯେ କିଛି ମାଗେ ନାହିଁ
ଶ୍ରେଷ୍ଠ ଆଶ୍ରୟ – ଈଶ୍ବରଙ୍କ ଚରଣ
ପୁରୁଷଟିଏ ବୁଦ୍ଧିମାନ ହେଲେ ଧନ ସମ୍ପତ୍ତି ଶୀଘ୍ର ବଢିଥାଏ,ନାରୀଟିଏ ବୁଦ୍ଧିମାନ ଥିଲେ ଘରର ସୁଖ ଶାନ୍ତି ବଜାୟ ରୁହେ , ପିଲାମାନେ ବୁଦ୍ଧିମାନ ହେଲେ ଶୀଘ୍ର ସଫଳତା ସମ୍ମାନ ମିଳିଥାଏ କିନ୍ତୁ ବୃଦ୍ଧ ପିତା ମାତା ସାଥିରେ ଥିଲେ ଘର ସ୍ବର୍ଗଠାରୁ ମଧ୍ୟ ସୁନ୍ଦର ଲାଗିଥାଏ ।
ଶହେଟି ଭଲ କାମ କର ଲୋକ ଭୁଲିଯିବେ କିନ୍ତୁ ଗୋଟେ ଖରାପ କାମକୁ ମନେ ରଖିବେ ଆଉ ଜୀବନ ଯାକ ଗଞ୍ଜଣା ଦେଉଥିବେ ।
ମୃତ୍ୟୁ – ଏମିତି ଜଣେ କୁଣିଆଁ କାହା ଦୁଆରକୁ ଆସିଲେ ତାକୁ ଫେରେଇ ଦବାର କ୍ଷମତା ଏ ଦୁନିଆରେ କୌଣସି ଲୋକର ନାହିଁ ।
ଜୀବନରେ ଯଦି ଖୁସିରେ ରହିବାକୁ ଚାହୁଁଛନ୍ତି ତା’ହେଲେ ନିଜ ବାପା ମାଆଙ୍କୁ ଖୁସିରେ ରଖନ୍ତୁ ।
ମୁଁ ଚୁପ୍ ରହିଛି ତା ମାନେ ନୁହେଁ ମୁଁ ଦୋଷ କରିଛି, ବେଳେବେଳେ SILENCE ବି BEST ANSWER ହୋଇଥାଏ —- କେବଳ TIME କୁ ଅପେକ୍ଷା କରିଛି ।
ଯଦି ଉଦ୍ଦେଶ୍ୟ ଆମର ଭଲ ଏବଂ ଲକ୍ଷ୍ୟ ଆମର ଠିକ୍ ଅଛି,ତେବେ କୌଣସି ନା କୌଣସି ପ୍ରକାରରେ ଭଗବାନ ନିଶ୍ଚୟ ସାହାଯ୍ୟ କରନ୍ତି|
ମନେରଖ,ପ୍ରଚଣ୍ଡ ସୂର୍ଯ୍ୟକିରଣ ହେତୁ କୌଣସି ମହାସାଗର କେବେ ଶୁଖିଯାଏ ନାହିଁ … ତେଣୁ, ହେ ପ୍ରିୟ ମନୁଷ୍ୟ,ନିଜ ଭିତରେ କାହାର ସମାଲୋଚନାକୁ ଭୟ କର ନାହିଁ।ଟୋପେ ବିଷ,ପୋଖରୀ ପାଣିକୁ ବି ବିଷାକ୍ତ କରିଦେଇ ପାରେ,ଗୋଟିଏ ଛୋଟ ପଥର ବିଶାଳ ବଡ଼ କାଚକୁ ବି ଭାଙ୍ଗି ଦେଇପାରେ ଆଉ ଗୋଟିଏ ଛୋଟିଆ ମିଛ ପୁରା ଜୀବନଟିକୁ ନଷ୍ଟ କରିଦେଇ ପାରେ।
. ଆଜିଠାରୁ ଆମେ *ନିଜର ଉଦ୍ଦେଶ୍ୟ ଏବଂ ଲକ୍ଷ୍ୟକୁ ଭଲ ରଖିବା |
ଅଦ୍ୟ ଡିସେମ୍ବର ମାସ ୧୮ ତାରିଖ ୨୦୨୪ ମସିହା (ବୁଧବାର)
ଶକାବ୍ଦ -୧୯୪୬
ସମ୍ବତ -୨୦୮୧
ଦିଲ୍ଲୀସ୍ୱରାଦ୍ଧ-୧୪୩୨
ସମ୍ବତ୍ସର-କାଳ
ପୌଷ ମାସ- କୃଷ୍ଣପକ୍ଷ
ତିଥି- ତୃତୀୟା ଦିବା ଘ ୧୦/୦୨ ଗତେ ଚତୁର୍ଥୀ
ନକ୍ଷତ୍ର- ପୂଷ୍ୟା ରାତ୍ରି ଘ୦୧/୩୫ ଗତେ ଅଶ୍ଳେଷା
ଚନ୍ଦ୍ର – କର୍କଟ
ଯୋଗ- ଇନ୍ଦ୍ର
କରଣ – ବିଷ୍ଟି
ସୌରମାସ- ଧନୁ ୦୩ ଦିନ
*✧═════•❁❀❁•════
✧*
ସୁର୍ୟୋଦୟ-ପ୍ରାତଃ ଘ୦୬/୧୯/୧୮
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୭/୪୩
*✧═════•❁❀
ଯୋଗିନୀ ଅଗ୍ନିକୋଣ ଦିବା ଘ୧୦/୦୨ ଗତେ ନୈରୁତେ
ଚତୁର୍ଥୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
କର୍କଟ ରାଶି ର ଘାତବାର
✧═════•❁❀❁•═══
କାଳବେଳା -ଦିବା ଘ୦୯/୦୧ ଗତେ ଘ୧୦/୨୪ ମଧ୍ୟେ
ବାରବେଳା – ଦିବା ଘ୧୧/୪୪ ଗତେ ଘ୦୧/୦୬ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୦୯ ମଧ୍ୟେ ଓ ଘ୦୭/୫୯ ଗତେ ଘ୦୮/୪୬ ମଧ୍ୟେ ଓ ରାତ୍ରି ଘ୦୫/୫୭ ଗତେ ଘ୦୬/୪୮ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୭/୧୦ ଗତେ ଘ୦୭/୫୮ ମଧ୍ୟେ
═✧*══•❁❀❁•═════✧
ଅଦ୍ୟ ପୋଟଳ ଦିବା ଘ୧୦/୦୨ ଗତେ ମୂଳା ଭକ୍ଷଣ ନିଷେଧ
✧═════•❁❀❁•═════
ଆଜିର ରାଶିଫଳ
✧═════•❁❀❁•═════
ମେଷ
: ଅନ୍ୟମାନଙ୍କ ଭରସା ଜିତିବାରେ ସଫଳ ହେବେ। ରାଜନୀତିରେ ଉଚ୍ଚପଦ ମିଳିପାରେ। ଶତ୍ରୁମାନେ ଆପଣଙ୍କୁ ପରାସ୍ତ କରିବାକୁ ଚେଷ୍ଟା କରିବେ; ହେଲେ କିଛି କରିପାରିବେ ନାହିଁ। ସ୍ବାସ୍ଥ୍ୟ ସମ୍ବନ୍ଧରେ ସତର୍କ ରହନ୍ତୁ।*
✧═════•❁❀❁•═════
ବୃଷ
: ଭାଗ୍ୟର ସହଯୋଗ ମିଳିବ। ଘର ଓ ଦୋକାନରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଧନଲାଭର ନୂଆ ଅବସର ପ୍ରାପ୍ତ ହେବ। ବନ୍ଧୁଙ୍କ ସହିତ ସିନେମା ଦେଖିବାର ଯୋଜନା କରିପାରନ୍ତି।*
✧═════•❁❀❁•═════
ମିଥୁନ
: ଦିନଟି ଠିକ୍ଠାକ୍ ରହିବ। ସଫଳତା ଆପଣଙ୍କ ପାଦ ସ୍ପର୍ଶ କରିବ। ଆପଣଙ୍କ ସରଳତା ପାଇଁ ଆପଣଙ୍କର ପ୍ରିୟବନ୍ଧୁ ଖୁସି ରହିବେ। ବ୍ୟବସାୟରେ ନିଜ ଜିବିକା ଆରମ୍ଭ କରିବା ପାଇଁ ଦିନଟି ବହୁତ ଭଲ।*
✧═════•❁❀❁•═════
କର୍କଟ
: ଆଜି ଦିନଟି ଆପଣଙ୍କ ପାଇଁ ଅନୁକୂଳ। ବ୍ୟବସାୟ କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ନୂଆ ପ୍ରସ୍ତାବ ମିଳିବ। ମହିଳାଙ୍କର ଅଫିସରେ ଉନ୍ନତି ହେବ। ପରିବାର ଲୋକଙ୍କ ସହିତ ତାଳମେଳ ବଜାୟ ରହିବ।*
✧═════•❁❀❁•═════
ସି˚ହ
: ବ୍ୟକ୍ତିତ୍ବର ବିକାଶ ପାଇଁ ଦିନଟି ବଢ଼ିଆ। କାର୍ଯ୍ୟ କ୍ଷେତ୍ରରେ ବଢ଼ିଆ ଢଙ୍ଗରେ କାମ କରିବେ। ବିଦେଶରେ ଜଡ଼ିତ ବ୍ୟବସାୟୀ ଆଜି ବଡ଼ ଡିଲ୍ କରିବେ। ପତିପତ୍ନୀଙ୍କ ମଧୢରେ ପ୍ରେମଭାବ ବୃଦ୍ଧି ହେବ।*
✧═════•❁❀❁•═════
କନ୍ୟା
: ବନ୍ଧୁ ଓ ପାଖଲୋକଙ୍କ ସହଯୋଗ ପାଇବେ। ଚାକିରି ଓ ଶିକ୍ଷା କ୍ଷେତ୍ରରେ ଉନ୍ନତି ହେବ। ବ୍ୟବସାୟୀଙ୍କୁ ଧନଲାଭ ହେବ। ଲେଖକଙ୍କୁ ପୁରସ୍କାର ମିଳିବ। ବୈବାହିକ ଜୀବନରେ ମଧୁରତା ଆସିବ।*
✧═════•❁❀❁•═════
ତୁଳା
: ପ୍ରଭୁଙ୍କ ସ୍ମରଣରେ ମନକୁ ଶାନ୍ତି ମିଳିବ। ଯେଉଁ କାମ ମନପ୍ରାଣ ଢାଳି କରିବେ ସଫଳତା ନିଶ୍ଚିତ ପାଇବେ। ଚାକିରିଆଙ୍କୁ ଅଧିକାରୀଙ୍କ ସହଯୋଗ ମିଳିବ। ବଜେଟକୁ ଧୢାନ ରଖି ଖର୍ଚ୍ଚ କରନ୍ତୁ।*
✧═════•❁❀❁•═════
ବିଛା
: ଆଧୢାତ୍ମିକ ଭାବନାରେ ସମୟ ବିତିବ। ଆପଣଙ୍କ ଇଚ୍ଛା ପୂରା କରିବାରେ ସଫଳ ହେବେ। ଚାକିରିଆଙ୍କୁ ଆଗକୁ ବଢ଼ିବା ଲାଗି ସୁବର୍ଣ୍ଣ ସୁଯୋଗ ମିଳିବ। ପରିବାର ଲାଗି ଦିନଟି ଅନୁକୂଳ ରହିବ।*
✧═════•❁❀❁•═════
ଧନୁ
: ପୂରାଦିନ ନୂଆ ଉତ୍ସାହଭରା ରହିବେ। ଯାହା ବି କରନ୍ତୁ; ବଡ଼ଙ୍କ ପରାମର୍ଶ ନିଅନ୍ତୁ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ସାମାଜିକ କାର୍ଯ୍ୟ କରିବାର ସୌଭାଗ୍ୟ ପ୍ରାପ୍ତ ହେବ। ବିଲଡରଙ୍କୁ ନୂଆ ସଉଦାରୁ ଲାଭ ହେବ।*
✧═════•❁❀❁•═════
ମକର
: ଦିନଟି ଆପଣଙ୍କ ପାଇଁ ଖୁବ୍ ଭଲ ରହିବ। ମହତ୍ତ୍ବପୂର୍ଣ୍ଣ କଥା ପାଇଁ ଆଗେଇ ଆସନ୍ତୁ ସହଜ ବାର୍ତ୍ତା ହେବ। ଘରେ ଏବଂ ଅଫିସରେ ଖୁସିର ବାତାବରଣ ରହିବ। ରାଜନୀତିରେ ମହତ୍ତ୍ବାକା˚କ୍ଷା ପୂରଣହେବ।*
✧═════•❁❀❁•═════
କୁମ୍ଭ
: ଆପଣଙ୍କ ଊର୍ଜ ସହଯୋଗୀଙ୍କୁ ପ୍ରଭାବିତ କରିବ। ଶୁଭ ସମାଚାର ମିଳିବା ଯୋଗ ରହିଛି। କ୍ୟାରିୟର ମାମଲାରେ ଆପଣଙ୍କ ସହିତ କିଛି ଭଲ ହେବ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।*
✧═════•❁❀❁•═════
ମୀନ
:ପାରିବାରିକ କାମରେ ଆଜି ଅଧିକ ସମୟ କଟିବ। ଚାକିରିଆଙ୍କୁ ସହର ବାହାରକୁ ଯିବାକୁ ପଡ଼ିପାରେ।ଆଜି କିଛି ଅସୁବିଧା ନଥିଲେ ମଧ୍ୟ କର୍ମକ୍ଷେତ୍ରରେ କୌଣସି କାରଣକୁ ନେଇ ଟେନସନ୍ ଲାଗିବ।