20.1 C
Bhubaneswar
Sunday, January 5, 2025
Homeଓଡିଶାଇଡିଓପାଥିକ ପୁଲମୋନାରି ଫାଇବ୍ରୋସିସ ରୋଗ କଣ ?

ଇଡିଓପାଥିକ ପୁଲମୋନାରି ଫାଇବ୍ରୋସିସ ରୋଗ କଣ ?

ଭୁବନେଶ୍ୱର: ଡିଓପାଥିକ ପୁଲମୋନାରି ଫାଇବ୍ରୋସିସ ରୋଗ ସମ୍ପୂର୍ଣ ଭଲ ହୋଇନଥାଏ । ଏହା ଏମିତି ଏକ ରୋଗ ଯାହାର କୌଣସି ସ୍ଥାୟୀ ଚିକିତ୍ସା ନାହିଁ । ଏବେ ସୁଦ୍ଧା ଚିକିତ୍ସା ବିଜ୍ଞାନରେ ରୋଗର କୌଣସି ମେଡିସିନ ବାହାରିନି । ଅନେକ ଲୋକ ଆଇପିଏଫ ବିଷୟରେ ଉଣା ଅଧିକେ ଜାଣିଥିବା ବେଳେ ଅନେକ ଲୋକ ମଧ୍ୟ ଏହି ରୋଗ ବିଷୟରେ ଜାଣିନାହାନ୍ତି । ଅନେକ ନୂଆ ଶୁଣୁଥିବେ । ଏବେ ଜାଣିବା ଏ ରୋଗର ଲକ୍ଷଣ କଣ ? ଆଉ ନିରାକରଣ କେମିତି କରିବେ ?
ଆଇପିଏଫ ରେ ପୀଡିତ ହେଲେ ଧିରେ ଧିରେ ଏହା ମଣିଷର ଲଙ୍ଗସ ବା ଫୁସଫୁସରେ ଘା’ ସୃଷ୍ଟି କରେ । ଫଳରେ ଦେହରେ ଅକ୍ସିଜେନ ପ୍ରବାହରେ ବାଧା ସୃଷ୍ଟି ହୋଇଥାଏ । ଆଉଶରୀରର ଅଙ୍ଗ ଧିରେ ଧିରେ ଅଚଳ ହେବାକୁ ଲାଗିଥାଏ । ଫଳରେ ମଣିଷକୁ ନିଶ୍ବାସ ନେବାରେ ଅସୁବିଧା ହୁଏ । ଏଥି ସହ ଅନ୍ୟାନ୍ୟ ସମସ୍ୟା ଦେଖାଦିଏ ।
ରୋଗର ଲକ୍ଷଣ
ନିଶ୍ବାସ ନେବାରେ କଷ୍ଟ ଅନୁଭବ , ଶୁଖିଲା କାଶ , .ଥକାପଣ, .ଓଜନ କମିଯିବା, .ଜୋର୍‌ରେ ନିଶ୍ବାସ ନେବା । ଇଡିଓପାଥିକ ଫାଇବ୍ରୋସିସ ରୋଗର ସଠିକ କାରଣ କିଛି ନାହିଁ । ଏଥିପାଇଁ ଧୁମ୍ରପାନ,ପ୍ରଦୂଷଣକୁ ଦାୟୀ କରାଯାଉଛି । ରୋଗର ନିରାକରଣ ପାଇଁ ଫୁସଫୁସରେ କଣା ସୃଷ୍ଟି ହୋଇଥିବା ଜଣାପଡିବା ପରେ ଏକ୍ସ-ରେ କରାଯାଇଥାଏ । କେତେକ କ୍ଷେତ୍ରରେ ଏମ୍‌ଆରଆଇ ଓ ବାୟୋସ୍ପି ମଧ୍ୟ କରିବାକୁ ପରାମର୍ଶ ଦେଇଥାନ୍ତି ଡାକ୍ତର । ଆଣ୍ଟି ଫାଇବ୍ରୋଟିକ ମେଡିସିନ ଘା ଭଲ ହେବାକୁ ଦିଆଯାଇଥାଏ । ବ୍ୟାୟାମ କରିବାକୁ କୁହାଯାଇଥାଏ । ଶ୍ବାସକ୍ରିୟା ଠିକରେ ଚାଲିବାକୁ ଅକ୍ସିଜେନ ଦିଆଯାଇଥାଏ । ବେଶୀ ଗୁରୁତର ରୋଗୀଙ୍କୁ ଯକୃତ ପ୍ରତ୍ୟାରୋପଣ ପାଇଁ କୁହାଯାଇଥାଏ । ଏହା ସଫଳ ହେଲେ ରୋଗୀର ଜୀବନ ବଞ୍ଚିଯାଇଥାଏ । ଫେଲ୍‌ ହେଲେ ମୃତ୍ୟୁମୁଖରେ ପଡିବା ସୁନିଶ୍ଚିତ । ତେବେ ଏହି ଯକୃତ ପ୍ରତ୍ୟାରୋପଣ ମହଙ୍ଗା ହୋଇଥିବାରୁ ସମସ୍ତେ ଏହା କରିପାରିନଥାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking