16.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶରୁଷ ଯିବାକୁ ଲାଗିବନି ଭିସା

ରୁଷ ଯିବାକୁ ଲାଗିବନି ଭିସା

ନୂଆଦିଲ୍ଲୀ: ଆସନ୍ତାବର୍ଷ ଠାରୁ ଭାରତୀୟ ନାଗରିକଙ୍କ ପାଇଁ ରୁଷକୁ ଭିସା-ଫ୍ରି ସୁବିଧା ମିଳିପାରେ। ଏନେଇ ଭାରତ ଓ ରୁଷ ମଧ୍ୟରେ ଆଲୋଚନା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ସୂଚନା ମିଳିଛି। ୨୦୨୫ ମାର୍ଚ୍ଚ ସୁଦ୍ଧା ଏହି ସୁବିଧା ମିଳିପାରେ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।ଅଗଷ୍ଟ ୨୦୨୩ ଠାରୁ ଭାରତୀୟ ମାନେ ଇ-ଭିସା ଜରିଆରେ ରୁଷ ଯାଇପାରୁଛନ୍ତି। ଯାହାକି ଆବେଦନର ମାତ୍ର ୪ ଦିନ ମଧ୍ୟରେ ମିଳିପାରୁଛି। ତେବେ ଆଗକୁ ଭିସା-ଫ୍ରି ଘୋଷଣା ହେଲେ ଏହାର ମଧ୍ୟ ଆବଶ୍ୟକତା ପଡ଼ିବ ନାହିଁ । ଏଭଳି ହେଲେ ଦୁଇ ଦେଶ ମଧ୍ୟରେ ପର୍ଯ୍ୟଟନ ସଂପର୍କ ସୁଦୃଢ଼ ହେବ ବୋଲି ଆଶା ରଖାଯାଇଛି ।ଏବେ ଭାରତୀୟ ପାସପୋର୍ଟ ଥିଲେ ବିଶ୍ୱର ୬୨ଟି ଦେଶକୁ ବିନା ଭିସାରେ ଯାତ୍ରା କରିହେଉଛି। ସେପଟେ ଏବେ ରୁଷକୁ ଚୀନ୍ ଓ ଇରାନ ନାଗରିକ ମାନେ ବିନା ଭିସାରେ ଯାଇପାରୁଛନ୍ତି। ଭାରତୀୟମାନେ ୬୨ଟି ଦେଶକୁ ଭିସା ଫ୍ରି ଯାତ୍ରା କରିପାରିବେ । ରିପୋର୍ଟରେ କୁହାଯାଇଛି ଯେ ଚଳିତ ବର୍ଷ ପ୍ରାରମ୍ଭରେ ବ୍ୟବସାୟ ପର୍ଯ୍ୟଟନ ପାଇଁ ଅଣ-ସିଆଇଏସ୍ ଦେଶ ମଧ୍ୟରେ ଭାରତ ତୃତୀୟ ସ୍ଥାନ ଅଧିକାର କରିଛି ଏବଂ ୨୦୨୪ର ପ୍ରଥମ ତ୍ରିମାସରେ ପ୍ରାୟ ୧୭୦୦ ଇ-ଭିସା ଜାରି କରାଯାଇଛି। ସୂଚନାଯୋଗ୍ୟ ଯେ ଋଷ ବର୍ତ୍ତମାନ ଭିସା ମୁକ୍ତ ପର୍ଯ୍ୟଟନ ବିନିମୟ କାର୍ଯ୍ୟକ୍ରମ ମାଧ୍ୟମରେ ଚୀନ୍ ଏବଂ ଇରାନରୁ ଯାତ୍ରୀମାନଙ୍କ ପାଇଁ ଭିସାମୁକ୍ତ ପ୍ରବେଶ ଅନୁମତି ଦେଇଥାଏ। ଏହି ପଦକ୍ଷେପ ମସ୍କୋ ପାଇଁ ସଫଳ ପ୍ରମାଣିତ ହୋଇଛି। ଯାହା ଭାରତ ସହିତ ସମାନ ପୁନରାବୃତ୍ତି କରିବାକୁ ଆଶା କରୁଛି । ଭାରତ ବର୍ତ୍ତମାନ ୬୨ଟି ଦେଶକୁ ଭିସା ମୁକ୍ତ ଭ୍ରମଣ ସୁବିଧା ଉପଭୋଗ କରୁଛି । ହେନଲି ପାସପୋର୍ଟ ଇଣ୍ଡେକ୍ସ ୨୦୨୪ରେ ୮୨ତମ ସ୍ଥାନରେ ଥିବା ଭାରତୀୟ ପାସପୋର୍ଟଧାରୀମାନେ ଭିସା ବିନା ଇଣ୍ଡୋନେସିଆ, ମାଲଦ୍ୱୀପ ଏବଂ ଥାଇଲ୍ୟାଣ୍ଡ ଭଳି ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳକୁ ଯାଇପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking