ନୂଆଦିଲ୍ଲୀ: ସର୍ମ୍ପକୀୟ ଭାଇକୁ ପ୍ରେମ କରି ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ । ଏଭଳି ଘଟଣା ଆସିଛି ଗୁଜୁରାଟର ଗାନ୍ଧୀନଗରରୁ । ବାହାଘରର ୪ ଦିନ ପରେ ସ୍ବାମୀକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଅହମ୍ମଦାବାଦର ବୈଭିକ ପାୟଲକୁ ବିବାହ କରିଥିଲେ ।ପାୟଲ ନିଜ ସମ୍ପୀକୀୟ ଭାଇର ପ୍ରେମରେ ପଡିବା ସହ ତା ସହ ମିଶି ହତ୍ୟା ଷଡଯନ୍ତ୍ର କରିଥିଲା । ତେବେ ଦୀର୍ଘ ଘଂଣ୍ଟା ଧରି ବୈଭିକଙ୍କ କୌଣସି ସୂଚନା ନ ମିଳିବା ପରେ ପୋଲିସକୁ ଖବର ଦେଇଥିଲେ ପରିବାର । ପରେ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଛାନଭିନରେ ସତ୍ୟତା ସାମ୍ନାକୁ ଆସିଛି । ଅପହରଣ ପରେ କାର ଭିତରେ ହତ୍ୟା କରି କେନାଲରେ ଫିଙ୍ଗିଥିଲେ ଅଭିଯୁକ୍ତ ।