ନୂଆଦିଲ୍ଲୀ : ପରୀକ୍ଷା ହଲରେ ଟଳି ପଡିଲେ ଛାତ୍ର । ପରୀକ୍ଷା ଦେଉଥିବା ସମୟରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି । ଏଭଳି ଘଟଣା ଘଟିଛି ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜିନଗରର ବିଡ ଅଞ୍ଚଳରେ । ଏଠାରେ ଜଣେ ବିଏସସିର ଛାତ୍ର ପରୀକ୍ଷା ଦେଉଥିବା ସମୟରେ ହଠାତ ଟଳି ପଡିଛନ୍ତି । ସୂଚନା ଅନୁସାରେ ବିଏଶସିର ତୃତୀୟ ବର୍ଷର ଛାତ୍ର ସିଦ୍ଧାନ୍ତ ମସଲ ଶୁକ୍ରବାର ସକାଳେ ଇନଷ୍ଟିଚ୍ୟୁଟରେ ପରୀକ୍ଷା ଦେଉଥିଲେ । ଏହି ସମୟରେ ସେ ଚେତାଶୂନ୍ୟ ହୋଇପଡିଥିଲେ । ଏହାପରେ ତୁରନ୍ତ ସିଦ୍ଧାନ୍ତଙ୍କୁ ଡଷ୍ଟ୍ରିକ୍ଟ ସିଭିଲ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।










