19.1 C
Bhubaneswar
Thursday, February 12, 2026
Homeଓଡିଶାସମ୍ୱଲପୁର ଯିବେ ମୁଖ୍ୟମନ୍ତ୍ରୀ

ସମ୍ୱଲପୁର ଯିବେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର: ଆଜି ସମ୍ବଲପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ସମ୍ବଲପୁରରେ ପହଞ୍ଚି ପ୍ରଥମେ ବୁର୍ଲା ସରକାରୀ ଉଚ୍ଚବିଦ୍ୟାଳୟରେ ପ୍ଲାଟିନମ ଜୁବଲି ଉତ୍ସବରେ ଯୋଗ ଦେବେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ରହିବେ । ଏହାପରେ ମୁଖ୍ୟମନ୍ତ୍ରୀ ମନ୍ଦଳିଆ ପଡିଆରେ ବିବିଏସ କ୍ୟାମ୍ପ ଜରିଆରେ ସାରା ରାଜ୍ୟର ହିତାଧିକାରୀଙ୍କୁ ଇ-ରିକ୍ସା ପ୍ରଦାନ କରିବେ । ଏଥିରେ ମୁଖ୍ୟମନ୍ତ୍ରୀ ୩୦ ଟି ଜିଲ୍ଲାର ହିତାଧିକାରୀଙ୍କୁ ୫୦୦ ଇ-ରିକ୍ସା ବଣ୍ଟନ କରିବେ । ଯେଉଁଥିରେ ସମ୍ବଲପୁର ଜିଲ୍ଲାର ୧୫ ଜଣ, ଗଂଜାମ ଜିଲ୍ଲାର ୩୯ ଜଣ, କଟକ ଜିଲ୍ଲାର ୩୬ ଜଣ, ସୁନ୍ଦରଗଡ ଜିଲ୍ଲାର ୨୨ ଜଣ, ବାଲେଶ୍ବର ଜିଲ୍ଲାର ୨୮ ଜଣ, ଖୋର୍ଦ୍ଧା ଜିଲ୍ଲାର ୨୬ ଜଣ, କେନ୍ଦୁଝର ଜିଲ୍ଲାର ୧୯ ଜଣଙ୍କ ସମେତ ମୋଟ ୫୦୦ ଦିବ୍ୟାଙ୍ଗଙ୍କୁ ଇ-ରିକ୍ସା ପ୍ରଦାନ କରିବେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking