31.1 C
Bhubaneswar
Friday, March 27, 2026
Homeଦେଶ ବିଦେଶଆଜି ପ୍ରୟାଗରାଜ ଯିବେ ପ୍ରଧାନମନ୍ତ୍ରୀ

ଆଜି ପ୍ରୟାଗରାଜ ଯିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆଜି  ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ଉତ୍ତରପ୍ରଦେଶ ଗସ୍ତ କରିବେ ।  ଏହି ଗସ୍ତ ବେଳେ ମହାକୁମ୍ଭ ୨୦୨୫ ପାଇଁ ୬୬୦ କୋଟିରୁ  ଅଧିକ ମୂଲ୍ୟର  ଅନେକ ବିକାଶମୂଳକ ପ୍ରକଳ୍ପର  ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ।  ଏଥିରେ ବିଭିନ୍ନ ରେଳ ଏବଂ ସଡକ ପ୍ରକଳ୍ପ ରହିଛି । ୧୦ ଟି ନୂତନ ରୋଡ ଓଭର ବ୍ରିଜ , ସ୍ଥାୟୀ ଘାଟ ଏବଂ ନଦୀ କୂଳରେ ରାସ୍ତା ଏବଂ ପ୍ରୟାଗରେ  ନିରନ୍ତର ସୁଯୋଗ ଯୋଗାଇବା ପରେ ସ୍ୱଛ ଏବଂ ସ୍ୱଛ ଗଙ୍ଗା ପ୍ରତି  ତାଙ୍କର  ପ୍ରତିବଦ୍ଧତାକୁ ଦୃଷ୍ଟିରେ ରଖି  ପ୍ରଧାନମନ୍ତ୍ରୀ ଗଙ୍ଗାନଦୀକୁ  ଯାଉଥିବା ଟ୍ୟାପ , ଡାଇଭର୍ଟ ଏବଂ ଚିକିସ୍‌ôା ପାଇଁ  ପ୍ରକଳ୍ପ ଉଦଘାଟନ କରିବେ । ମୋଦୀ ପ୍ରୟାଗରାଜରେ  ପ୍ରାୟ ଦିନ ୧୨.୧୫ରେ ସଙ୍ଗମ ସାଇଟରେ ପ୍ରାର୍ଥନା ଏବଂ ଦର୍ଶନ କରିବାର କାଯ୍ୟକ୍ରମ ରହିଛି ।  ଦିନ ୧୨ଟା ୪୦ରେ ଅକ୍ଷୟ ବନାବୃକ୍ଷ ସ୍ଥାନରେ ପୂଜା , ଏହାପରେ ମୋଦୀ ହନୁମାନ ମନ୍ଦିର ଏବଂ ସରସ୍ୱତୀ କୂଅକୁ  ଯାଇ ପୂଜା କରିବେ । ଦିନ ଗୋଟାଏ ୩୦ରେ   ମହାକୁମ୍ଭ ପ୍ରଦର୍ଶନୀ ସ୍ଥାନ ପରିଦର୍ଶନ କରିବା ପରେ  ପ୍ରଧାନମନ୍ତ୍ରୀ  ଅପରାହ୍ଣ  ୨ଟାରେ ପ୍ରୟାଗରାଜରେ ଏକାଧିକ  ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking