ନୂଆଦିଲ୍ଲୀ: ସିରିଆ ସଂକଟ ଭିତରେ ସ୍ବଦେଶ ଫେରିଲେ ଭାରତୀୟ । ୭୫ଜଣ ପ୍ରବାସୀ ଭାରତ ଫେରିଥିବା ନେଇ ବିଦେଶ ମନ୍ତ୍ରାଳୟ ସୂଚନା ଦେଇଛି । ସେମାନଙ୍କୁ ଲେବାନନ ସୀମା ଦେଇ ଏୟାରଲିଫ୍ଟ କରାଯାଇଛି । ସିରିଆରୁ ଭାରତ ଫେରୁଥିବା ୭୫ଜଣ ନାଗରିକଙ୍କ ମଧ୍ୟରେ ୪୪ ଜୈରିନ ସାମିଲ୍ ଅଛନ୍ତି । ଜାମ୍ମୁ-କଶ୍ମୀର ସମସ୍ତ ଜୈରିନ୍ ସିରିଆର ସୈଦା ଜୈନାବରେ ଫଶି ରହିଥିଲେ । ସେମାନଙ୍କୁ ଭାରତୀୟ ବିଦେଶ ମନ୍ତ୍ରାଳୟ ଉଦ୍ଧାର କରିଛି । ସୂଚନା ଅନୁଯାୟୀ, ସମସ୍ତ ଭାରତୀୟଙ୍କୁ ସୁରକ୍ଷା ଭାବେ ପ୍ରଥମେ ଲେବାନନରେ ପହଞ୍ଚାଯାଇଥିଲା । ସେଠାରୁ ଭାରତରୁ ଏୟାରଲିଫ୍ଟ ପାଇଁ ବ୍ୟବସ୍ଥା କରାଯାଉଛି । ସିରିଆରେ ଲାଗିରହିଥିବା ଗୃହଯୁଦ୍ଧ ଏବଂ ପ୍ରବାସୀଙ୍କ ଅନୁରୋଧ ପରେ ବିଦେଶମନ୍ତ୍ରାଳୟ ରେସକ୍ୟୁ ଅପରେସନ ପାଇଁ ନିଷ୍ପତ୍ତି ନେଇଛି । ଏପଟେ ସିରିଆରେ ରହୁଥିବା ପ୍ରବାସୀମାନେ ଡମାସ୍କସରେ ଥିବା ଭାରତୀୟ ଦୂତାବାସ ସହିତ ସମ୍ପର୍କ କରିବାକୁ ଭାରତ ସରକାର ପରାମର୍ଶ ଦେଇଛନ୍ତି ।










