30.1 C
Bhubaneswar
Tuesday, February 24, 2026
Homeଅପରାଧଗୁଣିଗାରେଡି ସନ୍ଦେହରେ ଯୁବକଙ୍କୁ ଜିଅନ୍ତା ଜାଳିଦେଲେ

ଗୁଣିଗାରେଡି ସନ୍ଦେହରେ ଯୁବକଙ୍କୁ ଜିଅନ୍ତା ଜାଳିଦେଲେ

କୋରାପୁଟ: କୋରାପୁଟ, ବନ୍ଧୁଗାଁ ବ୍ଲକ୍ ଝାରାପା ଗାଁରେ ଜଣଙ୍କ ହଠାତ୍ ମୃତ୍ୟୁ ପରେ ଗୁଣି ସନ୍ଦେହରେ ଆଉ ଜଣକୁ ନିର୍ମମ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଗାଁର ଜଣଙ୍କ ଦେହ ଅସୁସ୍ଥ ଥିବାରୁ ହଠାତ ନିଜ ଘରେ ମୃତ୍ୟୁ ହୋଇଯାଇଥିଲା । ଗାଁରେ ହଠାତ ମୃତ୍ୟୁକୁ ନେଇ ମୃତ ବ୍ୟକ୍ତିଙ୍କ ସମ୍ପର୍କୀୟ ମାନେ ଏହା ଗୁଣି ଯୋଗୁଁ ହୋଇଥିବା ସନ୍ଦେହ କରି ଅଧିକ ରାଗି ଯାଇଥିଲେ । ମୃତ ବ୍ୟକ୍ତିଙ୍କ ସମ୍ପର୍କୀୟ ସେହି ଗାଁର ଆଉ ଜଣଙ୍କ ଦ୍ଵାରା ଗୁଣି ଗାରେଡ଼ି କରିଥିବା ସନ୍ଦେହ କରି ସଙ୍ଗେ ସଙ୍ଗେ ରାଗି ଯାଇ ଗାଁରେ ପହଞ୍ଚି ଶିବ ମିଣ୍ୟାକାଙ୍କୁ ହତ୍ୟା କରିଥିଲେ । ସୂଚନା ମୁତାବକ , ପ୍ରଥମେ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କୁ ଗାଁ ଲୋକଙ୍କ ଦ୍ୱାରା ନିଜ ଗାଁ ଶ୍ମଶାନକୁ ନେଇ ଦାହ କରିବା ପରେ ପରେ ହତ୍ୟା କରିଥିବା ଶିବ ମିଣ୍ୟାକାଙ୍କୁ ସେହି ଶ୍ମଶାନରେ ହିଁ ନିଆଁ ଲଗାଇ ପୋଡି ଦେଇଥିଲେ। ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଏହି ହତ୍ୟା କରିଥିବା ଖବର ଗାଁରୁ କିଏ ଯଦି କହିବ ସେମାନଙ୍କୁ ହତ୍ୟା କରାଯିବ ବୋଲି ହତ୍ୟା କରିଥିବା ଅଭିଯୁକ୍ତ କହି ବୁଲୁଥିବା ଶୁଣିବାକୁ ମିଳିଛି । ଗାଁରେ ବର୍ତ୍ତମାନ କାହାରିକୁ ପଚାରିଲେ ମଧ୍ୟ ଭୟଭୀତ ଅବସ୍ଥାରେ କିଏ ଗାଁରେ ନଥିବା କହି ଏଡାଇ ରହି ଯାଇଛନ୍ତି । ତେବେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ନେଇ ସୂଚନା ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking