30.1 C
Bhubaneswar
Sunday, February 8, 2026
Homeଖେଳସାଉଥ୍ ଆଫ୍ରିକା ବ୍ୟାଟିଂ କୋଚ୍ ଡୁମିନିଙ୍କ ଇସ୍ତଫା

ସାଉଥ୍ ଆଫ୍ରିକା ବ୍ୟାଟିଂ କୋଚ୍ ଡୁମିନିଙ୍କ ଇସ୍ତଫା

ଜୋହାନ୍ସବର୍ଗ: ସାଉଥ୍ ଆଫ୍ରିକା ସୀମିତ ଓଭର୍ ଟିମ୍‌ର ବ୍ୟାଟିଂ କୋଚ୍ ଜେପି ଡୁମିନି ବ୍ୟକ୍ତିଗତ କାରଣରୁ ପଦରୁ ଓହରି ଯାଇଛନ୍ତି। ଶୁକ୍ରବାର କ୍ରିକେଟ୍ ସାଉଥ୍ ଆଫ୍ରିକା ଏହି ଘୋଷଣା କରିଛି। ୨୦୦୪ରୁ ୨୦୧୯ ମଧ୍ୟରେ ସାଉଥ୍ ଆଫ୍ରିକା ପକ୍ଷରୁ ୪୬ ଟେଷ୍ଟ୍‌, ୧୯୯ ଦିନିକିଆ ଓ ୮୧ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା ପୂର୍ବତନ ବାମହାତୀ ବ୍ୟାଟର୍ ଡୁମିନିଙ୍କୁ ଗତବର୍ଷ ମାର୍ଚ୍ଚରେ ଜାତୀୟ ସୀମିତ ଓଭର୍ ଟିମ୍‌ର ବ୍ୟାଟିଂ କୋଚ୍ ନିଯୁକ୍ତ କରାଯାଇଥିଲା। ତାଙ୍କ ଦିଗ୍‌ଦର୍ଶନରେ ସାଉଥ୍ ଆଫ୍ରିକା ଗତ ଆଇସିସି ପୁରୁଷ ଦିନିକିଆ ବିଶ୍ୱକପ୍ ସେମିଫାଇନାଲ୍‌ରେ ପହଞ୍ଚିଥିଲା। ସେହିପରି ଚଳିତ ବର୍ଷ ଆୟୋଜିତ ଆଇସିସି ପୁରୁଷ ଟି୨୦ ବିଶ୍ୱକପ୍‌ରେ ଟିମ୍ ରନର୍ସଅପ୍ ହୋଇଥିଲା। ଡୁମିନିଙ୍କ ସ୍ଥାନରେ ଉପଯୁକ୍ତ କୋଚ୍‌ଙ୍କ ସନ୍ଧାନ ଆରମ୍ଭ ହୋଇଛି ଏବଂ ଖୁବ୍‌ଶୀର୍ଘ ଜଣେ ନୂଆ ବ୍ୟାଟିଂ କୋଚ୍‌ଙ୍କୁ ନିଯୁକ୍ତ ଦିଆଯିବ ବୋଲି କ୍ରିକେଟ୍ ସାଉଥ୍ ଆଫ୍ରିକା କହିଛି। ସାଉଥ୍ ଆଫ୍ରିକା ଡିସେମ୍ବର ୧୦ରୁ ପାକିସ୍ତାନ ବିପକ୍ଷରେ ଘରୋଇ ମାଟିରେ ତିନି ମ୍ୟାଚ୍‌ର ଟି-୨୦ ଓ ତିନି ମ୍ୟାଚ୍‌ର ଦିନିକିଆ ସିରିଜ୍ ଖେଳିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking