29.1 C
Bhubaneswar
Wednesday, April 29, 2026
Homeଦେଶ ବିଦେଶଶମ୍ମି ସିଲ୍‌ଭା ଏସିସି ଅଧ୍ୟକ୍ଷ ନିଯୁକ୍ତ

ଶମ୍ମି ସିଲ୍‌ଭା ଏସିସି ଅଧ୍ୟକ୍ଷ ନିଯୁକ୍ତ

ନୂଆଦିଲ୍ଲୀ: ଶ୍ରୀଲଙ୍କା କ୍ରିକେଟ୍ ଅଧ୍ୟକ୍ଷ ଶମ୍ମି ସିଲ୍‌ଭା ଏସୀୟ କ୍ରିକେଟ୍ ପରିଷଦ (ଏସିସି)ର ନୂଆ ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି। ସେ ନୂଆ କାର୍ଯ୍ୟଭାର ମଧ୍ୟ ସମ୍ଭାଳିଥିବା ଏସିସି ପକ୍ଷରୁ ଘୋଷଣା କରାଯାଇଛି। ପୂର୍ବତନ ବିସିସିଆଇ ସମ୍ପାଦକ ଜୟ ଶାହ ଆଇସିସିର ଅଧ୍ୟକ୍ଷ ନିର୍ବାଚିତ ହେବା ଫଳରେ ଏହି ପଦ ଖାଲି ପଡ଼ିଥିଲା। ଜୟ ଶାହ ବିସିସିଆଇ ସମ୍ପାଦକ ସହ ଏସିସି ଅଧ୍ୟକ୍ଷ ମଧ୍ୟ ଥିଲେ। ଏସିସିର ନୂଆ ଅଧ୍ୟକ୍ଷ ଶମ୍ମି ସିଲ୍‌ଭାଙ୍କ ଉପରେ ବଡ଼ ଦାୟିତ୍ୱ ରହିବ। ଜୟ ଶାହଙ୍କ କାର୍ଯ୍ୟକାଳ ବେଳେ କେତେକ ବଡ଼ ନିଷ୍ପତ୍ତି ନିଆଯାଇଥିଲା। ଶମ୍ମିଙ୍କୁ ଏହି ନିଷ୍ପତ୍ତିଗୁଡ଼ିକୁ ଆଗେଇ ନେବାକୁ ହେବ। ଅବଶ୍ୟ ଶମ୍ମି ବହୁ ସମୟ ଧରି ଏସିସି ସହିତ କାର୍ଯ୍ୟ କରିଛନ୍ତି। ସେ ଏସିସିର ବିତ୍ତ ଓ ବିପଣନ କମିଟିର ଅଧ୍ୟକ୍ଷ ମଧ୍ୟ ଥିଲେ। ଅଧ୍ୟକ୍ଷ ନିଯୁକ୍ତ ହେବାପରେ ଶମ୍ମି ସିଲ୍‌ଭା କହିଛନ୍ତି ଏସୀୟ କ୍ରିକେଟ୍ ପରିଷଦର ନେତୃତ୍ୱ ନେବା ଏକ ବଡ଼ ସମ୍ମାନ। ଏସିଆରେ କ୍ରିକେଟ୍‌କୁ ଆଗେଇନେବା, ଉଦୀୟମାନ ପ୍ରତିଭାଙ୍କୁ ସୁଯୋଗ ପ୍ରଦାନ କରିବା ଏବଂ ଏହି ସୁନ୍ଦର ଖେଳ ଜରିଆରେ ସମସ୍ତଙ୍କୁ ଏକଜୁଟ କରି ରଖିବା ନିମନ୍ତେ ସମସ୍ତ ସଦସ୍ୟ ଦେଶଙ୍କ ସହିତ ମିଶି କାର୍ଯ୍ୟ କରିବାକୁ ଉତ୍ସୁକ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking