30.1 C
Bhubaneswar
Sunday, February 8, 2026
Homeଖେଳବିଶ୍ୱ ଚେସ୍ ଚାମ୍ପିଅନ୍‌ଶିପ୍ ଫାଇନାଲ୍‌; ଗୁକେଶ୍‌-ଲିରେନ୍‌ଙ୍କ ମଧ୍ୟରେ ୧୦ମ ମ୍ୟାଚ୍ ମଧ୍ୟ ଡ୍ର’

ବିଶ୍ୱ ଚେସ୍ ଚାମ୍ପିଅନ୍‌ଶିପ୍ ଫାଇନାଲ୍‌; ଗୁକେଶ୍‌-ଲିରେନ୍‌ଙ୍କ ମଧ୍ୟରେ ୧୦ମ ମ୍ୟାଚ୍ ମଧ୍ୟ ଡ୍ର’

ସିଙ୍ଗାପୁର: ଭାରତୀୟ ଗ୍ରାଣ୍ଡ୍ ମାଷ୍ଟର୍ ଡି ଗୁକେଶ୍ ଡିଫେଣ୍ଡିଂ ଚାମ୍ପିଅନ୍ ଚୀନ୍‌ର ଡିଙ୍ଗ୍ ଲିରେନ୍‌ଙ୍କ ବିପକ୍ଷରେ ଚଳିତ ବିଶ୍ୱ ଚାମ୍ପିଅନ୍‌ଶିପ୍ ଫାଇନାଲ୍‌ର ୧୦ ମ୍ୟାଚ୍ ମଧ୍ୟ ଡ୍ର’ ଖେଳିଛନ୍ତି। ଶନିବାର ଗୁକେଶ୍ ଚୀନ୍ ପ୍ରତିପକ୍ଷଙ୍କୁ ଜୋର୍‌ଦାର ସାମ୍ନା କରିବା ସହିତ ମ୍ୟାଚ୍‌କୁ ବରାବର ରଖିଛନ୍ତି। କଳା ଗୋଟିରେ ଖେଳିଥିବା ଗୁକେଶ୍ ଏହି ରାଉଣ୍ଡ୍ ନିଜ ଦମ୍ ଦେଖାଇଥିଲେ। ଲିରେନ୍ ମଧ୍ୟ କୌଣସି ବିପଦ ନେବାକୁ ଚାହିଁନଥିଲେ ଏବଂ ଡ୍ର’ ପାଇଁ ସହମତ ହୋଇଥିଲେ। ଫଳରେ ୩୬ ମୁଭ୍ ପରେ ଦୁଇ ଖେଳାଳି ନିଜ ମଧ୍ୟରେ ପଏଣ୍ଟ୍ ବାଣ୍ଟିଛନ୍ତି। ବର୍ତ୍ତମାନ ଦୁହିଁଙ୍କ ପଏଣ୍ଟ୍ ୫-୫ ରହିଛି। ୩୨ ବର୍ଷୀୟ ଲିରେନ୍ ପ୍ରଥମ ମ୍ୟାଚ୍ ଜିତିଥିବା ବେଳେ ୧୮ ବର୍ଷୀୟ ଗୁକେଶ ତୃତୀୟ ରାଉଣ୍ଡ୍‌ରେ ବିଜୟୀ ହୋଇଥିଲେ। ଏହା ଚାମ୍ପିଅନ୍‌ଶିପ୍‌ରେ ଗୁକେଶ୍ ଓ ଲିରେନ୍‌ଙ୍କ ମଧ୍ୟରେ ଲଗାତାର ସପ୍ତମ ତଥା ମୋଟ ଅଷ୍ଟମ ଡ୍ର’ ମ୍ୟାଚ୍‌। ଚାମ୍ପିଅନ୍‌ଶିପ୍‌ରେ ଆଉ ମାତ୍ର ୪ ରାଉଣ୍ଡ୍ ଖେଳ ବାକି ରହିଛି। ଯେଉଁ ଖେଳାଳି ପ୍ରଥମେ ୭.୫ ପଏଣ୍ଟ୍ ହାସଲ କରିବେ ସିଏ ଚାମ୍ପିଅନ୍ ହେବେ। ଯଦି ୧୪ ରାଉଣ୍ଡ୍ ପରେ ବି ଦୁଇ ଖେଳାଳିଙ୍କ ପଏଣ୍ଟ ସମାନ ରୁହେ, ତେବେ ବିଜେତାଙ୍କ ନିର୍ଦ୍ଧାରଣ ପାଇଁ ଟାଇମ୍ କଣ୍ଟ୍ରୋଲ୍ ଆଧାରରେ ମ୍ୟାଚ୍ ଖେଳାଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking