19.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶଦିଲ୍ଲୀ ଉପରାଜ୍ୟପାଳଙ୍କୁ ଭେଟିଲେ ମୌଲବୀ: ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ତଡ଼ିବାକୁ ଦାବରଲ

ଦିଲ୍ଲୀ ଉପରାଜ୍ୟପାଳଙ୍କୁ ଭେଟିଲେ ମୌଲବୀ: ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ତଡ଼ିବାକୁ ଦାବରଲ

ନୂଆଦିଲ୍ଲୀ: ବାଂଲାଦେଶରେ ଜାରି ରହିଥିବା ହିନ୍ଦୁ ବିରୋଧୀ ହିଂସାକୁ ଭାରତରେ ଜୋରଦାର ବିରୋଧ ହେଉଛି। ଏହି କ୍ରମରେ ବାଂଲାଦେଶ ହିଂସାକୁ ବିରୋଧ କରି ଦିଲ୍ଲୀ ଉପରାଜ୍ୟପାଳଙ୍କୁ ଭେଟିଛନ୍ତି ହଜରତ ନିଜାମୁଦ୍ଦିନ ଦରଘା ଅଞ୍ଚଳର ମୌଲବୀ ଓ ସ୍ଥାନୀୟ ବାସିନ୍ଦା। ଏହି ପ୍ରତିନିଧୀ ଦଳ ଶନିବାର ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସକ୍‌ସେନାଙ୍କୁ ଭେଟି ସହରରେ ବେଆଇନ ଭାବେ ବସବାସ କରୁଥିବା ବାଂଲାଦେଶୀ ଲୋକଙ୍କୁ ଚିହ୍ନଟ କରି ତାଙ୍କ ଦେଶକୁ ତଡ଼ିଦେବା ପାଇଁ ଦାବି କରିଛନ୍ତି। ବାଂଲାଦେଶରେ ହିନ୍ଦୁମାନଙ୍କର ଅବସ୍ଥା ଏବଂ ସେହି ଦେଶର ବର୍ତ୍ତମାନର ସ୍ଥିତି ଚିନ୍ତାଜନକ ବୋଲି ଉପରାଜ୍ୟପାଳଙ୍କୁ ଦେଇଥିବା ଏକ ଦାବିପତ୍ରରେ ସେମାନେ ଉଲ୍ଲେଖ କରିଛନ୍ତି।ରିପୋର୍ଟ ଅନୁସାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଦ୍ୱାରା ଦିଲ୍ଲୀରେ ଜବରଦଖଲ ହୋଇଥିବା ସରକାରୀ ଜମି, ଫୁଟପାଥ୍‌, ପାର୍କ ଏବଂ ଅନ୍ୟାନ୍ୟ ସର୍ବସାଧାରଣ ସ୍ଥାନରୁ ଏମାନଙ୍କୁ ହଟାଇବାକୁ ଉପରାଜ୍ୟପାଳଙ୍କୁ ଭେଟିଥିବା ମୌଲବୀ ଓ ମୁସଲିମ ସଂପ୍ରଦାୟର ଅନ୍ୟ ସଦସ୍ୟମାନେ କହିଛନ୍ତି। ଏନେଇ ଦିଲ୍ଲୀ ପୁଲିସ ଏବଂ ମ୍ୟୁନିସିପାଲିଟି କର୍ପୋରେସନ୍ (ଏମ୍‌ସିଡି)କୁ ନିର୍ଦ୍ଦେଶ ଦିଆଯାଉ ବୋଲି ଉପରାଜ୍ୟପାଳଙ୍କୁ ଏମାନେ ଦାବି କରିଛନ୍ତି। ଏଭଳି ବେଆଇନ ଅନୁପ୍ରବେଶକାରୀଙ୍କୁ ଯଦି ଆଧାର କାର୍ଡ, କିମ୍ବା ଭୋଟର ଆଇ-କାର୍ଡ ଭଳି କୌଣସି ସରକାରୀ ପରିଚୟ ପତ୍ର ଦିଆଯାଇଛି, ଏହାକୁ ତୁରନ୍ତ ବାତିଲ କରାଯିବା ଉଚିତ୍ ବୋଲି ଏମାନେ ଦାବିରେ ଦର୍ଶାଇଛନ୍ତି। ଦରଘାର ମୌଲବୀଙ୍କ କହିବାନୁସାରେ ଦିଲ୍ଲୀରେ ଅନୁପ୍ରବେଶ କରି ବେଆଇନ ଭାବେ ବସବାସ କରୁଥିବା ବାଂଲାଦେଶୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍‌। ସେମାନଙ୍କୁ ଭଡା ଘର ବା କୌଣସି ପ୍ରତିଷ୍ଠାନରେ ଚାକିରି ମିଳିବା ଉଚିତ୍ ନୁହେଁ। ଏପରିକି କୌଣସି ଧାର୍ମିକ ସ୍ଥାନ ସେମାନଙ୍କୁ ଆଶ୍ରୟ ନଦେଇ ଘଉଡାଇଦେବା ଉଚିତ୍ ବୋଲି ସେମାନେ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking