30.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପୁଣି ହତ୍ୟା ଧମକ

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପୁଣି ହତ୍ୟା ଧମକ

ମୁମ୍ବାଇ: ଶନିବାର ହ୍ୱାଟସ୍ ଆପ୍ ଜରିଆରେ ମୁମ୍ବାଇ ପୁଲିସ୍‌କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା ଧମକ ଦିଆଯିବା ଭଳି ଏକ ମେସେଜ୍ ଆସିଛି। ତେବେ ଏପ୍ରକାର ମେସେଜ୍ ମିଳିବା ପରେ ପରେ ମୁମ୍ବାଇ ପୁଲିସ୍‌ର ଏନେଇ ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ଅନୁସନ୍ଧାନରୁ ଏପ୍ରକାର ମେସେଜ୍ ରାଜସ୍ଥାନର ଆଜମେର ଅଞ୍ଚଳରୁ ଆସିଥିବା ଜଣାପଡିବା ପରେ ସନ୍ଦିଗ୍ଧଙ୍କ ସନ୍ଧାନରେ ମୁମ୍ବାଇ ପୁଲିସ୍‌ର ଏକ ଟିମ୍ ଆଜମେର ଗସ୍ତରେ ବାହାରିଯାଇଛି। ମୁମ୍ବାଇ ପୁଲିସ୍ ଏସମ୍ପର୍କରେ ଦେଇଥିବା ସୂଚନାନୁସାରେ ମୁମ୍ବାଇ ଟ୍ରାଫିକ୍ ପୁଲିସ୍ ହେଲ୍ପଲାଇନର ହ୍ୱାଟସ ଆପ୍ ନମ୍ବରରେ ଏଭଳି ଏକ ମେସେଜ୍ ଆସିଥିବା ଦେଖିବାକୁ ମିଳିଥିଲା। ଏଥିରେ ୨ଜଣ ଆଇଏସ୍‌ଆଇ ଏଜେଣ୍ଟ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବୋମାରେ ଉଡାଇ ଦେବାକୁ ପ୍ରସ୍ତୁତ ରହିଥିବା ଦର୍ଶାଯାଇଥିଲା। ମୁମ୍ବାଇ ପୁଲିସ୍ ଯଦିଓ ଏହି ଘଟଣାରେ ଏକ ମାମଲା ରୁଜୁ କରିଛି କିନ୍ତୁ ଏସବୁ ପଛରେ କେହି ମାନସିକ ବିକୃତ ବ୍ୟକ୍ତି କିମ୍ବା ମଦ୍ୟପ ଏପରି କରିଥାଇପାରେ ବୋଲି ଅନୁମାନ କରୁଛି। ସୂଚନାଯୋଗ୍ୟ, ଏହାପୂର୍ବରୁ ମଧ୍ୟ ଅର୍ଥାତ୍ ଗତ ନଭେମ୍ବର ୨୭ ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହତ୍ୟା କରିବାକୁ ଧମକ ଦେଇ ମୁମ୍ବାଇ ପୁଲିସ୍ କଣ୍ଟ୍ରୋଲ ରୁମ୍‌କୁ ଏକ କଲ୍ କରାଯାଇଥିଲା। ପଶ୍ଚିମ ଉପନଗରରେ ଥିବା ଆମ୍ବୋଲିକୁ ଏହି କଲ୍ ଚିହ୍ନଟ କରାଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ଏକ ମାମଲା ରୁଜୁ ହୋଇଥିଲା। ପରେ ମୁମ୍ବାଇ ପୁଲିସର ଏକ ଟିମ୍ ଜଣେ ମାନସିକ ବିକୃତ ମହିଳା କଲରଙ୍କୁ ଗିରଫ କରିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking