30.1 C
Bhubaneswar
Friday, February 13, 2026
Homeଓଡିଶା୩ ବର୍ଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଭକ୍ତ ଦେଇଛନ୍ତି ୧୧୩ କୋଟି

୩ ବର୍ଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଭକ୍ତ ଦେଇଛନ୍ତି ୧୧୩ କୋଟି

ଭୁବନେଶ୍ୱର: ଗତ ୩ ବର୍ଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଭକ୍ତ ଦେଇଛନ୍ତି ୧୧୩ କୋଟି ଦାନ। ଶ୍ରୀମନ୍ଦିରରେ ଜଗନ୍ନାଥଙ୍କ ହୁଣ୍ଡି ଓ ବିଭିନ୍ନ ସୂତ୍ରରୁ କେତେ ଟଙ୍କା ଆଦାୟ ହୋଇଛି? ସେନେଇ ଆସିଥିବା ପ୍ରଶ୍ନରେ ଆଇନ୍‌ମନ୍ତ୍ରୀ ବିଧାନସଭାରେ ଦେଇଛନ୍ତି ଏହି ତଥ୍ୟ। ବିଧାୟକ ସନାତନ ମହାକୁଡଙ୍କ ପ୍ରଶ୍ନରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଲିଖିତ ଉତ୍ତର ରଖିଛନ୍ତି ଯେ, ୨୦୨୧ରୁ ୨୦୨୪ ମଧ୍ୟରେ ହୁଣ୍ଡି ସମେତ ବିଭିନ୍ନ ସୂତ୍ରରୁ ଜଗନ୍ନାଥ ମନ୍ଦିରକୁ ଆସିଛି ୧୧୩ କୋଟି ୨ ଲକ୍ଷ ୫୫ ହଜାର ୮୮୯ ଟଙ୍କା। କେବଳ ହୁଣ୍ଡିରୁ ୨୦୨୧-୨୨ରେ ୮କୋଟି ୨୩ ଲକ୍ଷ ୧୩ ହଜାର ମିଳିଥିବା ବେଳେ, ୨୦୨୨-୨୩ରେ ୧୫ କୋଟି ୪୬ ଲକ୍ଷ ୧୭ ହଜାର ଏବଂ ୨୦୨୩-୨୪ରେ ୧୬ କୋଟି ୯୨ ଲକ୍ଷ ୩୬ ହଜାର ଟଙ୍କା ମିଳିଛି।

ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଜଗନ୍ନାଥ ମନ୍ଦିରକୁ ୨୦୨୧-୨୨ରେ ୬ କୋଟି ୮୩ ଲକ୍ଷ ୩୧ ହଜାର ୯୬୧ ଟଙ୍କା ମିଳିଥିବା ବେଳେ, ୨୦୨୨-୨୩ରେ ୩୦ କୋଟି ୭୨ ଲକ୍ଷ ୨୭ ହଜାର ଓ ୨୦୨୩-୨୪ରେ ୨୨ କୋଟି ୨୪ ଲକ୍ଷ ୩୯ ହଜାର ଟଙ୍କା ମିଳିଛି। ସେହିପରି ଅନ୍ୟାନ୍ୟ ସୂତ୍ରରୁ ଜଗନ୍ନାଥ ମନ୍ଦିରକୁ ୨୦୨୧-୨୨ରେ ୨ କୋଟି ୨୫ ଲକ୍ଷ ୩୧ ହଜାର, ୨୦୨୨-୨୩ରେ ୪ କୋଟି ୬୨ ଲକ୍ଷ ଏବଂ ୨୦୨୩-୨୪ରେ ୫ କୋଟି ୭୩ ଲକ୍ଷ ୫୭ ହଜାର ଟଙ୍କା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking