27.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶଭାରତ-ଚୀନ୍ ବିବାଦର ହୋଇପାରେ ସମାଧାନ

ଭାରତ-ଚୀନ୍ ବିବାଦର ହୋଇପାରେ ସମାଧାନ

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ହୋଇପାରେ ଭାରତ-ଚୀନ୍ ମଧ୍ୟରେ ବିବାଦର ସମାଧାନ । ସ୍ୱତନ୍ତ୍ର ପ୍ରତିନିଧି ମଣ୍ଡଳୀଙ୍କର ଚାଲିଛି ବୈଠକ। ଏଲଏସିରେ ଦୁଇ ଦେଶ ମଧ୍ୟରେ ଶାନ୍ତି ଫେରିବା ନେଇ ବୈଦେଶିକ ମନ୍ତ୍ରଣାଳୟ ପ୍ରବକ୍ତା ରଣଧୀର ଜୟସୱାଲ ସୂଚନା ଦେଇଛନ୍ତି । ତେବେ ଗୁରୁବାର ନୂଆଦିଲ୍ଲୀରେ ହୋଇଥିବା ଡ଼ବ୍ଲୁଏମସିସିର ବୈଠକରେ ଦୁଇ ଦେଶ ମଧ୍ୟରେ ଶାନ୍ତି ଓ ସୌହାର୍ଦ୍ଧ୍ୟ ବଜାୟ ରଖିବା ପାଇଁ ସହମତି ବ୍ୟକ୍ତ କରାଯାଇଛି। ଭାରତ ଏବଂ ଚୀନ ପୂର୍ବ ଲଦାଖର ଦୁଇଟି ସ୍ଥାନରୁ ସୈନିକଙ୍କୁ ଫେରାଇ ଆଣିବା କଥାକୁ କରାଯାଇଛି ବିଚାର। ଏନେଇ ଜୟସୱାଲ ସାପ୍ତାହିକ ବାର୍ତ୍ତାରେ ଏକର ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ, ବିଶେଷ ପ୍ରତିନିଧିଙ୍କ ବୈଠକରେ ପ୍ରସ୍ତୁତି ଜାରି ରହିଛି ।

ଆମେ ବୈଦେଶିକ ସଚିବ ସ୍ତରରେ ବୈଠକ କରିବାକୁ ମଧ୍ୟ କଥାବାର୍ତ୍ତା କରିଛୁ । ଏହି ବୈଠକ ହେବା ପରେ ଆମେ ଆଗକୁ କଣ କରିବୁ ସେନେଇ ଚର୍ଚ୍ଚା କରାଯିବ । ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା କହିଛନ୍ତି କି, ଡବ୍ଲୁଏମସିସି ବୈଠକ ସମ୍ବନ୍ଧିତ ଭାରତୀୟ ବୟାନରେ ସୈନିକଙ୍କୁ ଫେରାଇ ଆଣିବା ପ୍ରକ୍ରିୟାରେ ବିଷୟରେ ଆଲୋଚନା ହୋଇଛି । ତେବେ ଭାରତ ଓ ତୀନ ମଧ୍ୟରେ ପୂର୍ବ ଲଦାଖର ସୈନ୍ୟଙ୍କ ଗତିବିଧି ୨୦୨୦ ମେରୁ ଆରମ୍ଭ ହୋଇଥିଲା । ଆଉ ସେହି ବର୍ଷ ଜୁନରେ ଦୁଇ ପଡୋଶୀ ଦେଶ ମଧ୍ୟରେ ବିବାଦ ବଢିଥିଲା । ଆଉ ଗତ କିଛି ସପ୍ତାହ ପୂର୍ବରୁ ଦେପସାଂଙ୍ଗ ଓ ଡେମଚୋକରେ ସୈନିକଙ୍କ ଫେରିବା ପ୍ରକ୍ରିୟା ପୂରା ହେବା ସମାପ୍ତ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking