28.1 C
Bhubaneswar
Friday, September 18, 2026
Homeଓଡିଶାଡିସେମ୍ବରରେ  ବଙ୍ଗୋପସାଗରରେ ଲଘୁଚାପ !

ଡିସେମ୍ବରରେ  ବଙ୍ଗୋପସାଗରରେ ଲଘୁଚାପ !

ଭୁବନେଶ୍ୱର: ଡିସେମ୍ବର ୧୪ ତାରିଖରେ ବଙ୍ଗୋପସାଗରରେ  ଆଉ ଏକ ଲଘୁଚାପ ସ୍‌ୃଷ୍ଟି ହୋଇପାରେ । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ  ପୂର୍ୱାନୁମାନ କରାଯାଇଛି । ୧୪ରେ  ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଦକ୍ଷିଣ ଆଣ୍ଡାମାନ ସାଗରରେ ଏହା ଲଘୁଚାପ ରୂପ ନେବ। ୪୮ ଘଣ୍ଟାରେ ଏହା ଅବପାତ ରୂପ ନେଇ ଶ୍ରୀଲଙ୍କା ଓ ଦକ୍ଷିଣ ତାମିଲନାଡୁ  ମୁହାଁ ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଲଘୁଚାପର ପ୍ରଭାବରେ ଡିସେମ୍ବର ୧୧ ଏବଂ ୧୨ରେ ତାମିଲନାଡୁ ଏବଂ ପୁଡୁଚେରୀରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆନ୍ଧ୍ରପ୍ରଦେଶ ଉପକୂଳରେ ମଧ୍ୟ ବର୍ଷାର ପ୍ରଭାବ ଦେଖିବାକୁ ମିଳିବ। ଡିସେମ୍ବର ୧୨ ପର‌୍ୟ୍ୟନ୍ତ ଉପକୂଳ ଓଡ଼ିଶା ଏବଂ ଦକ୍ଷିଣ ଓଡିଶାର କେତେକ ସ୍ଥାନ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ। ଆଇଏମଡି ଏହା ମଧ୍ୟ କହିଛି ଯେ ଡିସେମ୍ବର ୧୨ ରୁ ୧୪ ମଧ୍ୟରେ କୌଣସି ବର୍ଷା ହେବ ନାହିଁ। ଏହି ସମୟ ମଧ୍ୟରେ ଶୁଖିଲା ପାଗର ସମ୍ଭାବନା ରହିଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking