21.1 C
Bhubaneswar
Tuesday, February 24, 2026
Homeଅପରାଧପୋଲିସ କ୍ୟାମ୍ପ ଉପରେ ନକ୍ସଲଙ୍କ ଆକ୍ରମଣ

ପୋଲିସ କ୍ୟାମ୍ପ ଉପରେ ନକ୍ସଲଙ୍କ ଆକ୍ରମଣ

ମାଲକାନଗିରି: ବିଜାପୁର ଜିଲ୍ଲାର ପାମେଡ ଥାନା ଅନ୍ତର୍ଗତ ନକ୍ସଲ ପ୍ରବଣ ଜିଡପାଲୀ ଗ୍ରାମ ନିକଟରେ ନୂତନ ପୋଲିସ କ୍ୟାମ୍ପ ଗତ ଦୁଇ ଦିନ ତଳେ ପ୍ରତିଷ୍ଠା କରାଯାଇଛି। ତେବେ ନକ୍ସଲ କ୍ୟାମ୍ପ ଉପରେ ଆକ୍ରମଣ କରିଥିବା ନେଇ ସୂଚନା ରହିଛି । ଗତକାଲି ରାତି ପ୍ରାୟ ସାଢେ ଆଠଟା ସମୟରେ ନକ୍ସଲ ଏହି ନୂତନ କ୍ୟାମ୍ପ ଉପରେ ଗୁଳି ବର୍ଷଣ କରିଥିଲେ। ଯବାନ ନିଜକୁ ସୁରକ୍ଷିତ କରି ନକ୍ସଲଙ୍କୁ ପାଲଟା ଜବାବ ଦେଇଥିଲେ। ରକେଟ ଲଞ୍ଚରରେ ଯବାନ ଯେତେବେଳେ ନକ୍ସଲ ଉପରେ ଆକ୍ରମଣ କଲେ ନକ୍ସଲ ଜଙ୍ଗଲ ଭିତରକୁ ଚାଲିଯାଇଥିଲେ । ଯବାନଙ୍କର ଗୁଳି ଏବଂ ରକେଟ ଲଞ୍ଚରର ସାମ୍ନା କରିପାରି ନ ଥିଲେ ନକ୍ସଲ । ତେବେ ନୂତନ କ୍ୟାମ୍ପ ଖୋଲାଯାଇଥିବାରୁ ସିଆରପିଏଫ ଡିଆଇଜି ସୁରଜପାଲ ବ୍ରହ୍ମା,ଏସପି ଜିତେନ୍ଦ୍ର ୟାଦବ,କମାଣ୍ଡାଣ୍ଟ ଲତିଫ କୁମାର ଶର୍ମା ପ୍ରମୁଖ ଘଟଣାସ୍ଥଳରେ ଉପସ୍ଥିତ ମଧ୍ୟ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking