ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଏସିଏଫ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏସିଫ ରେବତୀ ରମଣ ଯୋଶୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ଏସିଏଫଙ୍କ ସମ୍ବଲପୁର ଓ ବରଗଡରେ ଏକକାଳୀନ ୯ଟି ସ୍ଥାନରେ ଚଢାଉ କରାଯାଇଛି । ରମଣ ଯୋଶୀଙ୍କ ସମ୍ବଲପୁର ଅଫିସ , କ୍ୱାର୍ଟର୍ସ , ତିନି ମହଲା ଘରେ ଚଢାଉ କରାଯାଇଛି । ଏସିଏଫଙ୍କର ସମ୍ବଲପୁରରେ ଥିବା ୪ଟି ଫ୍ଲାଟ, ସମ୍ବଲପୁରରେ ବ୍ୟବସାୟିକ କୋଠା ଓ ବରଗଡ ଘରେ ଯାଞ୍ଚ କରାଯାଇଛି । ଏସିଏଫ ରେବତୀ ରମଣ ଯୋଶୀ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା । ଭିଜିଲାନ୍ସ ଘଟଣାର ତଦନ୍ତ କରି ଆଜି ତାଙ୍କ ଘରେ ଚଢାଉ କରାଯାଇଛି ।










