21.1 C
Bhubaneswar
Tuesday, February 3, 2026
Homeଓଡିଶାଡିସେମ୍ବର ୧୫ ରୁ ସୋଆରେ ଆରମ୍ଭ ହେବ ଓଡ଼ିଶା ଓପନ୍ ଏବଂ ୧୫ ତମ ଆନ୍ତର୍ଜାତିକ...

ଡିସେମ୍ବର ୧୫ ରୁ ସୋଆରେ ଆରମ୍ଭ ହେବ ଓଡ଼ିଶା ଓପନ୍ ଏବଂ ୧୫ ତମ ଆନ୍ତର୍ଜାତିକ ଗ୍ରାଣ୍ଡ ମାଷ୍ଟର ଚେସ୍ ଉତ୍ସବ

ଭୁବନେଶ୍ୱର: ଆସନ୍ତା ଡିସେମ୍ବର ୧୫ ତାରିଖରୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଓଡ଼ିଶା ଓପନ୍ ଏବଂ ୧୫ତମ ଆନ୍ତର୍ଜାତିକ ଗ୍ରାଣ୍ଡ ମାଷ୍ଟର୍ସ ଚେସ୍ ଉତ୍ସବ ଆୟୋଜିତ ହେବାକୁ ଯାଉଛି । ୮ ଦିନ ଧରି ହେଉଥିବା ଏହି ପ୍ରତିଯୋଗିତାରେ ୨୫ଟି ଦେଶର ପ୍ରାୟ ୭୦୦ ପ୍ରତିଯୋଗୀ ୩ ଟି ବିଭିନ୍ନ କ୍ୟାଟେଗୋରୀରେ ଭାଗ ନେବେ । ଅଲ୍ ଓଡ଼ିଶା ଚେସ୍ ଆସୋସିଏସନ୍ (ଏଓସିଏ) ଦ୍ୱାରା ଆୟୋଜିତ ଏହି ପ୍ରତିଯୋଗିତା ସୋଆ, ରୋଟାରୀ ଇନ୍‌ଟରନ୍ୟାସ୍‌ନାଲ ଏବଂ ଏମ୍‌ପ୍ରିଓ ଗ୍ରୁପ୍‌ର ମିଳିତ ସହଯୋଗରେ ଅନୁଷ୍ଠିତ ହେବ । ଏହି ଟୁର୍ଣ୍ଣାମେଂଟରେ ମୋଟ ପୁରସ୍କାର ରାଶି ୪୦ ଲକ୍ଷ ଟଙ୍କା ରଖାଯାଇଛି ବୋଲି ଗୁରୁବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଟୁର୍ଣ୍ଣାମେଂଟର ଅର୍ଗାନାଇଜିଂ ଚେୟାରମ୍ୟାନ୍ ଡାକ୍ତର ଅବିନାଶ ସାମଲ୍ କହିଛନ୍ତି।

ଏଓସିଏର ସଚିବ ତଥା ଟୁର୍ଣ୍ଣାମେଂଟର ନିର୍ଦ୍ଦେଶକ ଥିବା ଶ୍ରୀ ଭଟ୍ଟ ଏହି ଅବସରରେ କହିଛନ୍ତି ଯେ ‘ଏ’ କ୍ୟାଟେଗୋରୀରେ ୧୯୦୦ କିମ୍ବା ତଦୁର୍ଦ୍ଧ ଏଲୋ ରେଟିଂ ଥିବା ପ୍ରାୟ ୧୨୦ ଜଣ ଖେଳାଳୀ ଭାଗ ନେଉଥିôବା ବେଳେ କ୍ୟାଟେଗୋରୀ ‘ବି’ରେ ୧୯୦୦ ରୁ କମ୍ ଏଲୋ ରେଟିଂ ଥିବା ଖେଳାଳୀ ଏବଂ କ୍ୟାଟେଗୋରୀ ‘ସି’ରେ ୧୬୦୦ ଏଲୋ ରେଟିଂରୁ କମ୍ ଥିବା ଖେଳାଳୀ ପ୍ରତିଯୋଗିତାରେ ସାମିଲ ହେବେ । କ୍ୟାଟେଗୋରୀ ‘ଏ’ର ମୋଟ ପୁରସ୍କାର ରାଶି ୨୫ ଲକ୍ଷ ଟଙ୍କା ରହିଥିବା ବେଳେ ସର୍ବାଧିକ ପୁରସ୍କାର ସାଢ଼େ ୫ ଲକ୍ଷ ଟଙ୍କା ରଖାଯାଇଛି । ସେହିପରି କ୍ୟାଟେଗୋରୀ ‘ବି’ ଏବଂ କ୍ୟାଟେଗୋରୀ ‘ସି’ ନିମନ୍ତେ ସାଢ଼େ ସାତ ଲକ୍ଷ ଟଙ୍କା ଲେଖାଏଁ ରଖାଯାଇଥିବା ସେ କହିଛନ୍ତି ।

ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୋଆର ଛାତ୍ର ମଙ୍ଗଳ ଡିନ୍ ତଥା ଅର୍ଗାନାଇଜିଂ କମିଟିର ସହ ଅଧ୍ୟକ୍ଷ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ସୋଆର ସ୍ପନ୍ସରଡ ରିସର୍ଚ୍ଚ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍ କନ୍‌ସଲ୍‌ଟାନ୍ସି (ଏସ୍‌ଆର୍‌ଆଇସି)ର ଡିନ୍ ପ୍ରଫେସର ପି.କେ. ପାତ୍ର, ଏଓସିଏର କୋଷାଧ୍ୟକ୍ଷ ଶ୍ରୀ ଶଙ୍କର ପ୍ରସାଦ ମିଶ୍ର, ଇନ୍‌ଟରନ୍ୟାସ୍‌ନାଲ୍ ଆର୍‌ବିଟର ଶ୍ରୀ ତାପସ କୁମାର ମହାନ୍ତି, ଏଓସିଏର ଏଗ୍‌ଜିକ୍ୟୁଟିଭ୍ କମିଟିର ସଦସ୍ୟ ଶ୍ରୀ ସୁର୍ଯ୍ୟକାନ୍ତ ବିଶୋଇ ପ୍ରମଖ ଉପସ୍ଥିତ ଥିଲେ । ସୋଆର ଦ୍ୱିତୀୟ କ୍ୟାମ୍ପସ୍‌ରେ ଆୟୋଜିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଂଟରେ ବର୍ତମାନ ସୁଦ୍ଧା ବୋସ୍‌ନିଆ, କଲମ୍ବିଆ, ଫ୍ରାନ୍ସ, କାଜାକ୍‌ସ୍ତାନ,ପାରାଗୁଏ, ୟୁଏସ୍‌ଏ, ଭିଏତନାମ୍‌, ବେଲାରୁସ, ଇଜିପ୍ଟ, ଫିଲିପାଇନ୍ସ, ଋଷିଆ, ସ୍ଲୋଭାକିଆ ଓ ଭାରତର ଚେସ୍ ଖେଳାଳୀମାନେ ଭାଗ ନେବେ । ଏମାନଙ୍କ ମଧ୍ୟରୁ ୭୦ ଜଣ ପ୍ରତିଯୋଗୀ ଟାଇଟଲ୍ ହୋଲ୍‌ଡର ବୋଲି ଶ୍ରୀ ଭଟ୍ଟ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking