21.1 C
Bhubaneswar
Tuesday, February 3, 2026
Homeଓଡିଶାମଝିରାସ୍ତାରେ ଜଳିଗଲା ଏଲପିଜି ସିଲିଣ୍ଡର ବୋଝେଇ ଟ୍ରକ

ମଝିରାସ୍ତାରେ ଜଳିଗଲା ଏଲପିଜି ସିଲିଣ୍ଡର ବୋଝେଇ ଟ୍ରକ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା  ଏନଏଚ ୧୬  ପୁଇଁତଳା  ଛକରେ ହୁତୁହୁତୁ ହଓଇ ଜଳିଗଲା ଏଲପିଜି ସିଲିଣ୍ଡର ଟ୍ରକ ।  ହେଲେ ଭାଗ୍ୟ ବଶତଃ  ଦୁର୍ଘଟଣାରୁ ବଞ୍ଚଯାଇଛନ୍ତି ହେଲପର ଓ ଡ୍ରାଇଭର ।  ଆଜି ସକାଳେ  ଖଚଏ ସିଲିଣ୍ଡର ଟ୍ରକଟି ଗାଡ଼ିଟି ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା। ହଠାତ୍ ଗାଡ଼ିରେ ଅଚାନକ ନିଆଁ ଲାଗିଯାଇଥିଲା। ନିଆଁ ଲାଗିଥିବା ଡ୍ରାଇଭର ଜାଣି ପାରି ଗାଡ଼ିଟିକୁ ସେଠାରେ ଅଟକାଇବା ସହ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଛତ୍ରପୁର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।  ନିଆଁରେ ଟ୍ରକ୍‌ର ଇଞ୍ଜିନ ସମ୍ପୂର୍ଣ୍ଣ ଭାବରେ ଜଳିଯାଇଥିଲା। ତେବେ ଟ୍ରକର ଡାଲା ପଟେ ନିଆଁ ଲାଗି ନ ଥିବା ଯୋଗୁ ଏକ ବଡ଼ ଦୁର୍ଘଟଣା ଟଳି ଯାଇଥିଲା। ତେବେ ଟ୍ରକ୍‌ରେ କିପରି ନିଆଁ ଲାଗିଲା, ତାର କାରଣ ଜଣାପଡ଼ି ନାହିଁ। ସର୍ଟସର୍କିଟରୁ ନିଆଁ ଲାଗିଥବା ସନ୍ଦେହ କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking