20.1 C
Bhubaneswar
Thursday, December 5, 2024
Homeଓଡିଶାଓଡିଶା ବଜାରରେ ନକଲି ସମ୍ବଲପୁରୀ ଶାଢୀ

ଓଡିଶା ବଜାରରେ ନକଲି ସମ୍ବଲପୁରୀ ଶାଢୀ

ଭୁବନେଶ୍ୱର : ଆଜି ବିଧାନସଭାରେ  ଉଠିଛି  ସମ୍ବଲପୁରୀ ଶାଢୀ ପ୍ରସଙ୍ଗ । ଏହି ପ୍ରସଙ୍ଗ ଉଠାଇଛନ୍ତି  ଅତାବିରା ବିଧାୟକ  ନିଂହାର ରଂଜନ ମହାନନ୍ଦ ।  ସେ କହିଛନ୍ତି,  ସମ୍ବଲପୁରୀ ଶାଢୀ ବଜାରରେ କପି ରାଇଟ ଉଲ୍ଲଘଂନ ହୋଇ ବ୍ୟାପକ ଭାବେ  ନକଲି ଶାଢୀ ବଜାରରେ ପ୍ରବେଶ ହେଉଛି ।  ଏହା ଦ୍ୱାରା  ହସ୍ତତନ୍ତ ଶାଢୀ ବିକ୍ରିର  ମାନ୍ଦା ଅବସ୍ଥା  ସୃଷ୍ଟି ହେଉଛି । ବୁଣାକାରମାନେ ହାତବାନ୍ଧି ବସିଛନ୍ତି । ତେବେ ଏସବୁର ପଦକ୍ଷେପ ସରକାର କଣ ନେଉଛନ୍ତି ?
ହସ୍ତତନ୍ତ  ବୟନ ଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଏହାର ଉତ୍ତର ରଖିଛନ୍ତି । ସେ କହିଛନ୍ତି ଏହାର ସବୁ ତଥ୍ୟ  ସରକାରଙ୍କ ପାଖରେ ରହିଛି । ନକଲି ସମ୍ବଲପୁରୀ ଶାଢ଼ୀ ବିକ୍ରି କରୁଥିବା ବ୍ୟବସାୟୀ ଙ୍କ ନାଁ ରେ କେସ କରିବା ସହ କୋର୍ଟ ଦ୍ୱାରା ସମନ କରିଛନ୍ତି ସରକାର। ଏଥିସହ ରାଜ୍ୟରେ ବର୍ତ୍ତମାନ କୌଣସି ବି ସୂତା କଳ କାର‌୍ୟ୍ୟକ୍ଷମ ନାହିଁ , ପୂର୍ବରୁ ରାଜ୍ୟରେ ୭ ଟି ସୂତାକଳ ଥିବା ବେଳେ ବର୍ତ୍ତମାନ ସେ ସବୁ ବନ୍ଦ ହୋଇ ପଡ଼ିଛି । ରାଜ୍ୟର ସମସ୍ତ ସୂତାକଳ ବର୍ତ୍ତମାନ ଅଚଳାବସ୍ଥା ରେ ପଡ଼ି ରହିଥିବାରୁ ଶ୍ରମିକ ମାନେ କାର‌୍ୟ୍ୟରତ ନାହାନ୍ତି  ।ଓଡ଼ିଶାରେ ୧ ଲକ୍ଷ ୨୫ ହଜାର ୧୬୦ ଜଣ ହସ୍ତତନ୍ତ ବୁଣାକାର ଓ ୪ ହଜାର ୬୨୪ ଜଣ କଳତନ୍ତ ବୁଣାକାର ଅଛନ୍ତି , ଅଚଳାବସ୍ଥା ରେ ଥିବା ସୂତାକଳ ଗୁଡିକରେ ଘରୋଇ କରଣ ପାଇଁ ପ୍ରକ୍ରିୟା ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking