20.1 C
Bhubaneswar
Thursday, December 5, 2024
Homeଦେଶ ବିଦେଶଇସ୍ରୋ ଲଞ୍ଚ କରିବ ପ୍ରୋବା-୩

ଇସ୍ରୋ ଲଞ୍ଚ କରିବ ପ୍ରୋବା-୩

ନୂଆଦିଲ୍ଲୀ: ଆଜି ୪ଟା ୮ ମିନିଟ୍‌ରେ ୟୁରୋପୀୟ ମହାକାଶ ଏଜେନ୍ସି (ଇଏସ୍‌ଏ)ର ପ୍ରୋବା-୩ ମିଶନ ଲଞ୍ଚ୍‌ କରିବ ଇସ୍ରୋ (ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ) । ଶ୍ରୀହରିକୋଟାର ସତୀଶ ଧୱନ ସ୍ପେସ୍‌ ସେଣ୍ଟର୍‌ର ଲଞ୍ଚ୍‌ ପ୍ୟାଡ୍‌୧ରୁ ପିଏସ୍‌ଏଲ୍‌ଭି-ଏକ୍ସଏଲ୍‌ ରକେଟ୍‌ରେ ମିଶନ ଉତ୍‌କ୍ଷେପଣ ହେବ । ଏହି ମିଶନରେ ଇସ୍ରୋ ପିଏସ୍‌ଏଲ୍‌ଭି-ସି୫୯ର ସାହାଯ୍ୟ ନେଇଛି । ସି୫୯ ହେଉଛି ରକେଟ୍‌ ଲଞ୍ଚ୍‌ର କୋଡ୍‌ । ଏହା ପିଏସ୍‌ଏଲ୍‌ଭି ରକେଟ୍‌ର ୬୧ତମ ଏବଂ ପିଏସ୍‌ଏଲ୍‌ଭି-ଏକ୍ସଏଲ୍‌ର ୨୬ତମ ଉଡ଼ାଣ ହେବ । ରକେଟ୍‌ର ଉଚ୍ଚତା ୧୪୫.୯୯ ଫୁଟ । ଲଞ୍ଚ୍‌ ସମୟରେ ଏହାର ଓଜନ ହେବ ୩୨୦ ଟନ୍‌ । ଏହା ୪ ସୋପାନଯୁକ୍ତ ରକେଟ୍‌, ଯାହା ପ୍ରାୟ ୨୬ ମିନିଟ୍‌ରେ ପ୍ରୋବା-୩ ସାଟେଲାଇଟ୍‌କୁ ୬୦୦ ଗୁଣନ ୬୦,୫୩୦ କିମିଯୁକ୍ତ ଅଣ୍ଡାକାର କକ୍ଷରେ ସ୍ଥାପିତ କରିବ । ପ୍ରୋବା-୩ ବିଶ୍ୱର ପ୍ରଥମ ପ୍ରେସିଶନ୍‌ ଫର୍ମେଶନ୍‌ ଫ୍ଲାଇଙ୍ଗ୍‌ ସାଟେଲାଇଟ୍‌ । ଅର୍ଥାତ୍‌ ଏଥିରେ ଗୋଟିଏ ନୁହେଁ ଦୁଇଟି ସାଟେଲାଇଟ୍‌ ଲଞ୍ଚ୍‌ ହେବ । ଏହାର ମୋଟ୍‌ ଓଜନ ୫୫୦ କିଲୋ ହେବ । ପ୍ରଥମଟି କୋରୋନାଗ୍ରାଫ୍‌ ସ୍ପେସ୍‌କ୍ରାଫ୍ଟ ଓ ଅନ୍ୟଟି ଅକଲ୍ଟର ସ୍ପେସ୍‌କ୍ରାଫ୍ଟ । ୩୧୦ କିଲୋ ଓଜନର କୋରୋନାଗ୍ରାଫ୍‌ ସ୍ପେସ୍‌କ୍ରାଫ୍ଟ ସୂର୍ଯ୍ୟ ଆଡ଼କୁ ମୁହଁ କରି ରହିବ । ଏଥିରେ ଥିବା ଉପକରଣ ସୂର୍ଯ୍ୟର ବାହ୍ୟ ଓ ଆଭ୍ୟନ୍ତର କୋରୋନା ମଧ୍ୟରେ ଦୂରତାକୁ ଅଧ୍ୟୟନ କରିବ । ୨୪୦ କିଲୋର ଅକଲ୍ଟର ସ୍ପେସ୍‌କ୍ରାଫ୍ଟ କୋରୋନାଗ୍ରାଫ୍‌ର ପଛରେ ରହିବ । ଏହାର ଉପକରଣ ସୂର୍ଯ୍ୟ କୋରୋନାରୁ ମିଳୁଥିବା ତଥ୍ୟଗୁଡ଼ିକର ଅଧ୍ୟୟନ କରିବ । ଦୁଇଟିଯାକ ସାଟେଲାଇଟ୍‌ ଏକସଙ୍ଗେ ଗୋଟିଏ ଲାଇନ୍‌ରେ ୧୫୦ ମିଟର ଦୂରତାରେ ପୃଥିବୀକୁ ପରିକ୍ରମା କରି ସୂର୍ଯ୍ୟ କୋରୋନାର ଅଧ୍ୟୟନ କରିବେ । ସୂର୍ଯ୍ୟ ଉପରେ ଥିବା ଏକ କଳା ବଳୟର ଅଧ୍ୟୟନ କରିବ ପ୍ରୋବା-୩ । ଏହି ସାଟେଲାଇଟ୍‌ ଜରିଆରେ ବୈଜ୍ଞାନିକମାନେ ମହାକାଶରେ ପାଣିପାଗ ଓ ସୌର ପବନର ଅଧ୍ୟୟନ କରିବା ନେଇ ସୂଚନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking