21.1 C
Bhubaneswar
Thursday, December 18, 2025
Homeଅପରାଧବିପୁଳ ପରିମାଣର ଦେଶୀ ମଦ ଜବତ: ୧ ଗିରଫ

ବିପୁଳ ପରିମାଣର ଦେଶୀ ମଦ ଜବତ: ୧ ଗିରଫ

ଆଠଗଡ଼: ନରସିଂହପୁର ଏବଂ କଟକ ଅବକାରୀ ବିଭାଗ ପକ୍ଷରୁ ବିପୁଳ ପରିମାଣର ଦେଶୀ ମଦ ଜବତ କରି ନଷ୍ଟ କରିଛି ପୋଲିସ । ୧୭୫୦ ଲିଟର ଚୋରା ଦେଶୀ ମଦ ଜବତ ସହ ୧୬୯୦୫ ଲିଟର ପୋଚ ନଷ୍ଟ ହୋଇଥିବା ବେଳେ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଜଣକ ହେଲେ ତିଗିରିଆ ଥାନା ପଣସପାଟଣା ଗାଁର ସଞ୍ଜୟ କୁମାର ସାହୁ । ସୂଚନା ମୁତାବକ , ତିଗିରିଆ ଥାନା ଭିରୁଡା ଓ ପଣସପାଟଣା ଗ୍ରାମରେ ବେଆଇନ ମଦ ଚୋରା ଚାଲାଣ ହେଉଥିଲା । ଏନେଇ ଅବକାରୀ ବିଭାଗ ଖବର ପାଇ ଚଢାଉ କରିଥିଲା। ଆଠଗଡ଼, ବାଙ୍କୀ , ନରସିଂହପୁର ଏବଂ କଟକ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରାଯାଇ ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ନିକଟରୁ ୫୬୦ ଲିଟର ଚୋରା ଦେଶୀ ମଦ ସହ ୩୪୩୦ ଲିଟର ପୋଚ ସହିତ ଏହି କାରବାରରେ ବ୍ୟବହୃତ ଏକ ସ୍କୁଟିକୁ ମଧ୍ୟ ଜବତ କରିଛି ଅବକାରୀ ବିଭାଗ। ଅବକାରୀ ବିଭାଗ ୫ ଗୋଟି ମାମଲା ରୁଜୁ କରଯାଇଥିବା ବେଳେ ଚଢ଼ାଉରେ ସାମିଲ ଅଛନ୍ତି ୧୦ରୁ ଅଧିକ ଅବକାରୀ ବିଭାଗର ଅଧିକାରୀ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking