16.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶବାକି ବିଜୁଳି ବିଲ୍ ପାଇଁ ବାଂଲାଦେଶକୁ ନିର୍ଦ୍ଦେଶ

ବାକି ବିଜୁଳି ବିଲ୍ ପାଇଁ ବାଂଲାଦେଶକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ବାଂଲାଦେଶରେ ଭାରତ ବିରୋଧୀ ହାୱା ବୋହୁଥିବା ବେଳେ ତ୍ରିପୁରାର ନିର୍ଦ୍ଦେଶ, ତୁରନ୍ତ ବାକି ପଇସା ଫେରାଅ। ଏନଟିପିସି ବିଦ୍ୟୁତ୍ ବ୍ୟାପାର ନିଗମ ଲିମିଟେଡ୍ ମାଧ୍ୟମରେ ହୋଇଥିବା ବିଜୁଳି ବାଣିଜ୍ୟିକ ଚୁକ୍ତି ଅନୁଯାୟୀ ବାଂଲାଦେଶ ଉପରେ ତ୍ରିପୁରା ୧୩୫ କୋଟି ଟଙ୍କାର ବିଜୁଳି ବିଲ ବାକି ରଖିଛି। ତୁରନ୍ତ ଏହି ବାକି ଟଙ୍କା ଫେରାଇବାକୁ ତ୍ରିପୁରା ସରକାର ବାଂଲାଦେଶକୁ କହିଛନ୍ତି। ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଆତ୍ୟାଚାର ବଢ଼ୁଥିବା ବେଳେ ଭାରତ ବିରୋଧୀ ହାୱା ତେଜୁଛି। ବାଂଲାଦେଶର ବ୍ରାହ୍ମଣବରିଆ ଜିଲ୍ଲାର ଢାକା ଦେଇ ଯାଉଥିବା ଅଗରତାଲା-କୋଲକାତା ବସ୍ ଉପରେ ଶନିବାର ଆକ୍ରମମଣ କରାଯାଇଥିବା ଅଭିଯୋଗ ହୋଇଛି। ଏକ ଟ୍ରକ୍ ଓ ଅଟୋକ୍ସ ରିକ୍ସା ଦୁର୍ଘଟଣାଗ୍ରସ୍ତ ହେବା ପରେ ଭାରତୀୟ ଯାତ୍ରୀବାହୀ ବସ୍ ଉପରେ ଆକ୍ରମଣ କରିଥିଲେ ବାଂଲାଦେଶୀ। ଏହି ଦୁର୍ଘଟଣାରେ ଯଦି ଓ କୌଣସି ବ୍ୟକ୍ତିରଙ୍କର ମୃତ୍ୟୁ ହୋଇନଥିଲା ତେବେ ବାଂଲାଦେଶୀ ନାଗରିକମାନେ ଭାରତୀୟ ଯାତ୍ରୀଙ୍କୁ ଧମକଚମକ ଦେଇଥିଲେ ଏବଂ ଭାରତ ବିରୋଧୀ ନାରା ଲଗାଇଥିଲେ। ଏହି ଘଟଣା ପରେ ତ୍ରିପୁରା ବାଂଲାଦେଶ ଉପରେ କ୍ଷୁବ୍ଧ ହୋଇଛି। ବାକି ଥିବା ଟଙ୍କା ଉପରେ ପ୍ରତିକ୍ରିୟା ଦେଇ ରବିବାର ରାଜ୍ୟ ଶକ୍ତି ମନ୍ତ୍ରୀ ରତନ ଲାଲ ନାଥ କହିଛନ୍ତି । ବର୍ତ୍ତମାନ କମ୍ପାନୀକୁ ଆର୍ଥିକ ଚ୍ୟାଲେଞ୍ଜ ଦେଖା ଦେଇଥବାରୁ ବାକି ପଇସା ଦେବାକୁ ବିପିଡିବିକୁ କୁହାଯାଇଛି। ସରକାରଙ୍କ ସୂଚନା ଅନୁଯାୟୀ, ଚୁକ୍ତିନାମା ଅନୁଯାୟୀ ବାଂଲାଦେଶ ତ୍ରିପୁରାରୁ ୧୬୦ ମେଗାୱାଟ ବିଜୁଳି ପାଇବାକୁ ହକଦାର। ଏହି ବାଣିଜ୍ୟକୁ ଏନଭିଭିଏନ (ଏନଟିପିସି ବିଦ୍ୟୁତ୍ ଭାୟାର ନିଗମ) ତଦାରଖ କରନ୍ତି। ତେବେ ବାଂଲାଦେଶ ଯେପରି ସମୟ ଅନୁସାରେ ପେମେଣ୍ଟ କରେ ଏନେଇ ଆମେ ଏନଭିଭିଏନ ସହ ଆଲୋଚନା କରିଛୁ ବୋଲି ସରକାର କହିଛନ୍ତି। ବାଂଲାଦେଶ ବିଜୁଳି ବିଲ୍ ସମୟ ଅନୁସାରେ ଦେଉ ନାହିଁ। କିସ୍ତି ଆକାରରେ ଦେଉଛି। ଫଳରେ ଏହା ରାଜ୍ୟ ଉପରେ ଆର୍ଥିକ ଚାପ ସୃଷ୍ଟି କରୁଛି। ତେଣୁ ବିଜୁଳି ଯୋଗାଣ କମ କରିଦିଆଯାଇଛି। ତା ସହିତ ଠିକ୍ ସମୟରେ ବିଜୁଳି ବିଲ୍ ଦେବାକୁ ଦେବାଶିଷ ସରକାର କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking