ଭୁବନେଶ୍ୱର: ବିଧାନସଭାରେ ଉଠିଲା ନବଦାସ ହତ୍ୟାକାଣ୍ଡ ପ୍ରସଙ୍ଗ । ଏନେଇ ବିଧାନସଭାରେ ଲିଖିତ ପ୍ରଶ୍ନ ପଚାରିଛନ୍ତି ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ । ପୂର୍ୱତନମନ୍ତ୍ରୀ ନବଦାସ ହତ୍ୟା ଘଟଣାର ତଦନ୍ତ ବର୍ତ୍ତମାନ କେଉଁ ସ୍ତରରେ ରହିଛି ବର୍ତ୍ତମାନ ସୁଦ୍ଧା ରାଜ୍ୟସରକାର ଘଟଣାରେ ବିରୋଧରେ କଣ କାୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ତଦନ୍ତ ସମୟରେ ମୃତକଙ୍କ ପରିବାରର କେଉଁକେଉଁ ସଦସ୍ୟଙ୍କ ବୟାନ ରେକର୍ଡ ହୋଇଛି । ଏହି ହତ୍ୟାକାଣ୍ଡ ଘଟଣାର ତଦନ୍ତ ପାଇଁ ରାଜ୍ୟସରକାର ଆମେରିକାର ତଦନ୍ତକାରୀ ସଂସ୍ଥା ଏଫବିଆଇ କୁ କେବେ କେଉଁ ଉପାୟରେ ଅନୁରୋଧ କରିଥିଲେ ଏବଂ ଏଫବିଆଇ ତଦନ୍ତ କେଉଁ ସ୍ତରରେ ରହିଛି ବୋଲି ଟଙ୍କଧର ତ୍ରିପାଠୀ ପ୍ରଶ୍ନ କରିଛନ୍ତି । ଯାହାର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଘଟଣା ଉପରେ ତଥ୍ୟ ସଂଗ୍ରହ କରାଯାଉଛି ।










