ଭୁବନେଶ୍ୱର : ସକାଳୁ ସକାଳୁ ରାଜଧାନୀରେ କୋହଲା ପାଗ ସାଙ୍ଗକୁ ହାଲୁକା ବର୍ଷା । ବର୍ଷା ଛାଡିଲେ ଶୀତର ପରିମାଣ ବଢିପାରେ । ଗତ ଦୁଇ ଦିନ ଦେଲାଣି ରାଜ୍ୟରେ କାଁ ଭାଁ ସ୍ଥାନରେ କୋହଲା ପାଗକୁ ହାଲୁକା ବର୍ଷା ହେବାର ଦେଖାଯାଇଥାଏ । ତାମିଲନାଡୁରେ ପେଙ୍ଗାଲ ସ୍ଥଳଭାଗ ଛୁଇଁବା ପରେ ଏହାର ପ୍ରଭାବ ରାଜଧାନୀରେ ଦେଖିବାକୁ ମିଳୁଛି । ପୁରୀ , ଗଞ୍ଜାମ, ଖୋଦ୍ଧା , କୋରାପୁଟ ଓ ମାଲକାନଗିରି ଆଦି ଜିଲ୍ଲାରେ ହାଲୁକା ବର୍ଷା ହୋଇଛି । ସେପଟେ ସ୍ଥଳଭାଗ ଛୁଇଁବା ପରେ ତାମିଲନାଡୁ ରେ ତାଣ୍ଡବ ରଚିଛି ।