18.1 C
Bhubaneswar
Saturday, December 20, 2025
Homeଓଡିଶାବିଜେପିରେ ପାତରଅନ୍ତର କରାଯାଏନି : ମନମୋହନ

ବିଜେପିରେ ପାତରଅନ୍ତର କରାଯାଏନି : ମନମୋହନ

ଭୁବନେଶ୍ୱର : ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ଏ ଦଳରେ ସମସ୍ତଙ୍କୁ ସମାନ ନ୍ୟାୟ ଦିଆଯାଏ।କାର୍ଯ୍ୟକର୍ତ୍ତାକୁ ଉଚିତ୍ ସମ୍ମାନ ମିଳେ। କୌଣସି ପାତରଅନ୍ତର କରାଯାଏନି। ଆପଣମାନେ ଯାହା ଶୁଣିଛନ୍ତି, ସେମିତି ସେ କିଛି କହି ନାହାନ୍ତି। ବିଜେପି ନିର୍ବାଚନ ଜିତି ସରକାର ଗଠନ କରିବା ଦିନଠାରୁ ଜୟନାରାୟଣ ମିଶ୍ର ଅସନୁଷ୍ଟ ଥିବା କୁହାଯାଏ। ଏମିତି କି ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟଙ୍କ ଶପଥ ଗ୍ରହଣ ଉତ୍ସବକୁ ଆସି ନଥିଲେ। ମନ୍ତ୍ରୀ ପଦ ମିଳି ନଥିବାରୁ କ୍ଷୁବ୍ଧ ହୋଇ ସେ ଶପଥ ଗ୍ରହଣ ଉତ୍ସବକୁ ଆସି ନଥିବା ଚର୍ଚ୍ଚା ହୋଇଥିଲା।

‘ମୁଁ ଜଣେ ତଡାଖିଆ ଲୋକ’

ଭୁବନେଶ୍ୱରରେ ସମୀର ଦେ’ଙ୍କ ସ୍ମୃତି ସଭାରେ ଯୋଗଦେଇଥିଲେ ଉପ-ମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ପୂର୍ବତନ ରାଜ୍ୟ ସଭାପତି ତଥା ବରିଷ୍ଠ ନେତା ସମୀର ମହାନ୍ତି ଉପସ୍ଥିତ ଥିଲେ। ସେମାନଙ୍କ ଉପସ୍ଥିତିରେ ଜୟନାରାୟଣ ମିଶ୍ର ନିଜ କ୍ଷୋଭ ପ୍ରକାଶ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking