18.1 C
Bhubaneswar
Friday, December 19, 2025
Homeଓଡିଶା'ମୁଁ ଜଣେ ତଡାଖିଆ ଲୋକ'

‘ମୁଁ ଜଣେ ତଡାଖିଆ ଲୋକ’

ଭୁବନେଶ୍ୱର : ବିଷ ଓଗାଳିଲେ ବିଜେପି ବିଧାୟକ ଜୟ ନାରାୟଣ । ନିଜ ମନ ଭିତରେ ଥିବା ପୁଞ୍ଜିଭୂତ ଅସନ୍ତୋଷ ଝାଡିଛନ୍ତି। ବିଜେପିରେ ଥାଇ ମଧ୍ୟକୁ ଦଳକୁ ପରୋକ୍ଷରେ ତେରଛା ବାଣ ମାରିଛନ୍ତି ସମ୍ବଲପୁର ବିଧାୟକ। ଦିବଙ୍ଗତ ସମୀର ଦେଙ୍କ ଶୋକ ସଭାରେ ଯୋଗ ଦେଇ ଜୟନାରାୟଣ କହିଛନ୍ତି, ମୁଁ ଜଣେ ତଡାଖିଆ ଲୋକ। ଏବିଭିପିରୁ ତଡା ଖାଇଛି, ବିଜେପିରୁ ମଧ୍ୟ ତଡା ଖାଇଛି। ଏବେ ବିଜେପିରୁ ସାଇଡଲାଇନ ହୋଇ ରହିଛି। ଏହାସହ ପୂର୍ବରୁ ସମୀର ଦେଙ୍କ ସହ ଯାହା ଘଟିଥିଲା ତାହା ଏବେ ମୋ ସହ ଘଟୁଛି। ସମୀରଙ୍କୁ ଦଳରେ ଗୁରୁତ୍ୱ ଦିଆଯାଉନଥିଲା। ତାଙ୍କ ବିରୋଧରେ ଲୋକ ଲଗାଯାଉଥିଲା। ଏବେ ମୋ ବିରୋଧରେ ମଧ୍ୟ ଲୋକ ଲଗାଯାଉଛି।

ମୋ ବିରୋଧରେ ଜଣେ ଲୋକ ରହିଛି। ଏହା ପାର୍ଟିର ଯୋଜନା ବଦ୍ଧ କାର୍ଯ୍ୟକ୍ରମ। ବିଜେପି ରାଜ୍ୟ ସଭାପତି ରାଜସ୍ୱମନ୍ତ୍ରୀ ଓ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଏମିତି କହିଛନ୍ତି ଜୟନାରାୟଣ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ବିଜେପି ନେତୃବୃନ୍ଦଙ୍କ ମଧ୍ୟରେ ସମନ୍ୱୟ ରଖି ଆଗକୁ ବଢିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ୨୪ ଘଣ୍ଟା ନ ବିତୁଣୁ ଜୟନାରାୟଣ ନିଜର ଅସନ୍ତୋଷ ଝାଡିଛନ୍ତି। ପ୍ରଶ୍ନ ଉଠୁଛି, ଜୟନାରାୟଣଙ୍କୁ ଦଳରେ କୋଣଠେସା କରିଛି କିଏ? ଜୟନାରାୟଣଙ୍କ ଗୁରୁତ୍ୱ ବିଜେପିରେ କମାଇଛି କିଏ? ଜୟନାରାୟଣଙ୍କ ପଛରେ କିଏ ଓ କାହିଁକି ଲୋକ ଲଗାଇଛି? ଦଳରେ ତାଙ୍କ ବିରୋଧରେ ଷଡଯନ୍ତ୍ର କରୁଥିବା ନେତା କିଏ? ଜୟନାରାୟଣଙ୍କ ବୟାନ ବିଜେପିର କେଉଁ ନେତାଙ୍କ ଆଡକୁ ଇଙ୍ଗିତ କରୁଛି। ଏ ସବୁ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏ ନେଇ ବିଜେପିରେ ହଇଚଇ ସୃଷ୍ଟି ହେଲାଣି। କ’ଣ ସତରେ ବିଜେପି ଦୁଇଭାଗ ହୋଇଯିବ। ଏ ନେଇ ରାଜନୈତିକ ମହଲରେ ବେଶ୍ ଆଲୋଚନା ହେଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking