ଭୁବନେଶ୍ୱର : ସଭାସ୍ଥଳରେ ବିରୋଧୀଙ୍କୁ ନିଶାନା କଲେ ପ୍ରଧାନମନ୍ତ୍ରୀ ମୋଦି । ରାଜନୀତିର ବିଚାରଧାରା ଅଲଗା ହେବା କିଛି ନୂଆ ନୁହଁ । ବିରୋଧୀ ଯେପରି ଲୋକଙ୍କ ଉପରେ ରାଗୁଛନ୍ତି ତାହା ଚିନ୍ତାଜନକ । କ୍ଷମତାଲୋଭୀ ଏମାନେ ଜନତାକୁ ମିଛ କହି ଆସୁଛନ୍ତି । କ୍ଷମତାରୁ ଦୂରେଇ ରହିବା ପରେ ଏଭଳି ମିଛ କହୁଛନ୍ତି । ଚୌକିଦାର ଚୋର ମନ୍ତବ୍ୟ ପ୍ରସଙ୍ଗ ଉଠାଇ ଟାର୍ଗେଟ କଲେ । ସଭାସ୍ଥଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପହଞ୍ଚି ଓଡିଆରେ ତାଙ୍କର ଅଭିଭାଷଣ ରଖିଥିଲେ । ସଭାସ୍ଥଳରେ ୩ କେନ୍ଦ୍ରମନ୍ତ୍ରୀ ଉପସ୍ଥିତ ଥିଲେ । ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତତ ପଣ୍ଡା ଉପସ୍ଥିତ ଥିଲେ । ସ୍ଥାନୀୟ ସଂସଦ ଅପରାଜିତା ଷଡଙ୍ଗୀ, ବିଧାୟିକା ବାବୁ ସିଂ ଉପସ୍ଥିତ ଥିଲେ । ଏହା ସହିତ ରାଜ୍ୟ ସଭାପତି ମନମୋହନ ସାମଲ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ଏବଂ ଦୁଇ ଉପମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ ।