27.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶମୁମ୍ବାଇର ନାଲାସୋପାରାରେ ଜବରଦଖଲ ଉଚ୍ଛେଦ ଆରମ୍ଭ; ପ୍ରଭାବିତ ହେବେ ୨୫୦୦ ପରିବାର

ମୁମ୍ବାଇର ନାଲାସୋପାରାରେ ଜବରଦଖଲ ଉଚ୍ଛେଦ ଆରମ୍ଭ; ପ୍ରଭାବିତ ହେବେ ୨୫୦୦ ପରିବାର

ମୁମ୍ବାଇ: ମୁମ୍ବାଇର ନାଲାସୋପାରା (ପୂର୍ବ) ଠାରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଗୁରୁବାର ଠାରୁ ଆରମ୍ଭ ହୋଇଛି। ଅଗରୱାଲ୍ ନଗରୀ ଠାରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ବମ୍ବେ ହାଇକୋର୍ଟଙ୍କ ରାୟ ତଥା ପ୍ରଶାସନ ନିର୍ଦ୍ଦେଶ ପରିପ୍ରେକ୍ଷୀରେ ଏହି ଅଞ୍ଚଳରେ ଜବରଦଖଲରେ ଥିବା ଅନେକ ଘର, ଅଟ୍ଟାଳିକା ଆଦିକୁ ଏବେ ହଟାଯିବ। ତେବେ ଏହି ଉଚ୍ଛେଦ ପ୍ରକ୍ରିୟା ଦ୍ୱାରା ପ୍ରାୟ ୨୫୦୦ ପରିବାର ପ୍ରଭାବିତ ହେବେ ବୋଲି କୁହାଯାଉଛି। ଭଙ୍ଗାଯିବାକୁ ଥିବା ଏହି ବେଆଇନ୍ କୋଠାଗୁଡ଼ିକର ସଂଖ୍ୟା ୪୧ ରହିଛି। ବାସ୍ତବରେ ଏହି ଅଞ୍ଚଳର ସ୍ଥାୟୀବାସିନ୍ଦାମାନେ ଏହି ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଉପରେ ରୋକ୍ ଲଗାଇବା ପାଇଁ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାତ୍ର ହାଇକୋର୍ଟରେ ଏମାନେ ଜମି ତଥା ନିଜ ଘରକୁ ସୁରକ୍ଷିତ ରଖିବା ଭଳି କୌଣସି ଠୋସ୍ ପ୍ରମାଣ କିମ୍ବା କାଗଜପତ୍ର ଉପସ୍ଥାପନ କରିପାରିନଥିଲେ। ସେହିପରି ଏହି ମାମଲା ସୁପ୍ରିମକୋର୍ଟକୁ ଯାଇଥିଲେ ମଧ୍ୟ ସେଠାରେ ବି ସମାନ କାରଣ (ପ୍ରମାଣ ଅଭାବ)ରୁ ନିଷ୍ପତ୍ତି ସେମାନଙ୍କ ସପକ୍ଷରେ ଯାଇନଥିଲା। ରିପୋର୍ଟ ଅନୁସାରେ ଏହି ଅଞ୍ଚଳରେ ପ୍ରାୟ ୬୦ ଏକଜର ଜମିରେ ବେଆଇନ୍ ଭାବେ ବହୁତଳ ପ୍ରସାଦ, ଘର ସବୁ ନିର୍ମାଣ କରାଯାଇଛି, ଯାହାର ସଂଖ୍ୟା ୪୧ ରହିଛି। ଏହି ୬୦ଏକର ଜମିରେ କେବଳ ଗୋଟିଏ ପ୍ରାଇଭେଟ୍ ପ୍ଲଟ୍ (୩୦ ଏକର ପରିମିତ) ରହିଛି। ଏହି ପ୍ଲଟ୍‌ର ମାଲିକଙ୍କ ନାମ ସୀତାରାମ ଗୁପ୍ତା ଏବଂ ସେ ଜଣେ ପୂର୍ବତନ ବହୁଜନ ବିକାଶ ଅଘାଡି ଦଳର କର୍ପୋରେଟର ବୋଲି ଜଣାପଡିଛି। ନିକଟରେ ଅର୍ଥାତ୍ ଗତ ସେପ୍ଟେମ୍ବର ମାସରେ ଇକୋନୋମିକ୍ ଅଫେନସେସ୍ ୱିଙ୍ଗ୍ ପକ୍ଷରୁ ତାଙ୍କୁ ଦୁର୍ନୀତି ଅଭିଯୋଗରେ ଗିରଫ ମଧ୍ୟ କରାଯାଇଛି। ପ୍ରକାଶ, ବୁଧବାର ଦିନ ଏଠାକାର ସ୍ଥାୟୀବାସିନ୍ଦାମାନଙ୍କୁ ପ୍ରଶାସନ ପକ୍ଷରୁ ନୋଟିସ୍ ଜାରି କରାଯାଇ ଏହି ଜବରଦଖଲ ଉଚ୍ଛେଦ ପ୍ରକ୍ରିୟାରେ ବସାଇ ବିରାର୍ ମ୍ୟୁନିସିପାଲ୍ କର୍ପୋରେସନ୍ (ଭିଭିଏମ୍‌ସି) ସହ ସହଯୋଗ କରିବାକୁ ଅନୁରୋଧ କରାଯାଇଥିଲା। ଉଚ୍ଛେଦ ହେବାକୁ ଥିବା ବିଲ୍ଡିଂଗୁଡ଼ିକୁ ଖାଲି କରିବାକୁ ମଧ୍ୟ ଏଥିରେ କୁହାଯାଇଥିଲା। ତେବେ ଗୁରୁବାର ପୁଲିସ୍ ଟିମ୍‌ଙ୍କ ଉପସ୍ଥିତିରେ ଭିଭିଏମ୍‌ସି କର୍ତ୍ତୃପକ୍ଷ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛନ୍ତି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking