27.1 C
Bhubaneswar
Wednesday, February 4, 2026
Homeଓଡିଶାପ୍ରତି ଜିଲ୍ଲାରେ ମୁକ୍ତାକାଶ ଜେଲ୍ ତିଆରି କର : ହାଇକୋର୍ଟ

ପ୍ରତି ଜିଲ୍ଲାରେ ମୁକ୍ତାକାଶ ଜେଲ୍ ତିଆରି କର : ହାଇକୋର୍ଟ

କଟକ: ଜେଲ୍ ସଂସ୍କାର ମାମଲାରେ ଆଜି ହାଇକୋର୍ଟ ପ୍ରତି ଜିଲ୍ଲାରେ ଗୋଟିଏ ଲେଖାଏ ମୁକ୍ତାକାଶ ଜେଲ୍ ତିଆରି କରିବାକୁ ଆଦେଶ ପ୍ରଦାନ କରିଛନ୍ତି । ହାଇକୋର୍ଟ ଜେଲ୍ ସଂସ୍କାର ସମ୍ପର୍କିତ ମାମଲାର ଶୁଣାଣି କରି ଅନ୍ୟ ରାଜ୍ୟର ମୁକ୍ତାକାଶ ଜେଲ୍ ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ ଜେଲ୍ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ଶୁଣାଣିବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଦାଖଲ ସତ୍ୟପାଠ ଆଧାରରେ ହାଇକୋର୍ଟ ଏପରି ଆଦେଶ ଦେଇଛନ୍ତି । ତେବେ ପ୍ରଥମ ପର୍ଯ୍ୟାୟରେ ଏଥି ପାଇଁ ୨ କୋଟି ଟଙ୍କା ବ୍ୟୟ କରାଯିବ ବୋଲି ରାଜ୍ୟ ସରକାର ଦାଖଲ ସତ୍ୟପାଠରେ ଦର୍ଶାଇଛନ୍ତି । ସେହିପରି ରାଜ୍ୟ ସରକାରଙ୍କ ପକ୍ଷରୁ ଦର୍ଶାଯାଇଛି ଯେ ଏଥିପାଇଁ େଓବ୍ ବେସ୍‌ଡ ଡାଟା ନିମନ୍ତେ ଜେଲ୍ ବିଭାଗ ଏବଂ ଏନ୍‌ଆଇସି ପକ୍ଷରୁ ପ୍ଲାନ୍ ପ୍ରସ୍ତୁୁତ କରାଯାଇଛି ।

ଅନ୍ୟପକ୍ଷରେ ରାଜ୍ୟରେ କଏଦୀଙ୍କ ଏଆଇ ସଂଯୋଗୀକୃତ େଓବ୍ ବେସଡ୍ ଡାଟା ତିଆରି ହେବ ବୋଲି ମଧ୍ୟ ସତ୍ୟପାଠରେ କୁହାଯାଇଛି । ହାଇକୋର୍ଟ ଜେଲ୍ ସଂସ୍କାର ମାମଲାରେ ଉପରୋକ୍ତ ଆଦେଶ ଦେବା ସହ ଏହି ପ୍ରସଙ୍ଗରେ ଆସନ୍ତା ୧ ସପ୍ତାହ ମଧ୍ୟରେ ସବିଶେଷ ତଥ୍ୟ ସତ୍ୟପାଠ ମାଧ୍ୟମରେ ଦାଖଲ କରିବାକୁ ସରକାରଙ୍କୁ ଆଦେଶ ଦେଇଛନ୍ତି । ପୂର୍ବରୁ ଜେଲ୍ ସଂସ୍କାର ମାମଲାର ଶୁଣାଣି କରି ଜେଲ୍‌ରେ ଅନ୍ତେିବାସୀଙ୍କୁ ସର୍ବନିମ୍ନ ସୁବିଧା ଯଥା ଖାଦ୍ୟପେୟ, ବସ୍ତ୍ର, ପାଇଖାନା, ଗାଧୁଆଘର, ପାନୀୟଜଳ ଏବଂ ସେମାନଙ୍କର ଉପଯୁକ୍ତ ଯତ୍ନ ନିଆଯାଉଛି କି ନାହିିଁ ସେ ସମ୍ପର୍କରେ ମଧ୍ୟ ତଥ୍ୟ ପ୍ରଦାନ କରିବାକୁ ହାଇକୋର୍ଟ ଆଦେଶ ଦେଇଥିଲେ।

ଏଥିସହିତ ଜେଲ୍‌ରୁ ଭିଡ କମାଇବା ଉପରେ ହାଇକୋର୍ଟ ଗୁରୁତ୍ୱ ଆରୋପ କରିଥିବା ବେଳେ ରାଜ୍ୟରେ ଯେଉଁଠି ନୂଆ ଜେଲ୍ ପ୍ରକଳ୍ପ କରାଯାଉଛି ସେଠାରେ ଜେଲ୍ ସହିତ ଏକାସାଙ୍ଗେ ପାଚେରୀ ମଧ୍ୟ ନିର୍ମାଣ କରିବାକୁ ହାଇକୋର୍ଟ ଆଦେଶ ଦେଇଥିଲେ । ଏଥିସହିତ ମାସକୁ ମାସ ଜେଲ୍‌ରେ ବିଚାରଧୀନ କଏଦୀଙ୍କୁ କର୍ତୃପକ୍ଷ କିପରି ବ୍ୟବହାର କରୁଛନ୍ତି ସେ ସମ୍ପର୍କରେ ଅବଗତ କରାଇବାକୁ ହାଇକୋର୍ଟ କହିଥିଲେ । ଏହାଛଡା ପ୍ରତି ଜେଲ୍‌ରେ କଏଦୀଙ୍କ ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା କରିବା ସହ ଉପଯୁକ୍ତ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗକୁ ଆଦେଶ ଦେଇଥିଲେ । ଅନ୍ୟପକ୍ଷରେ ଜେଲ୍‌ରେ ଥିବା ଉପଲବ୍ଧ ବ୍ୟବସ୍ଥା ସମ୍ପର୍କରେ ଅବଗତ କରିବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ହାଇକୋର୍ଟ ଗୃହ ବିଭାଗକୁ ଆଦେଶ ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking