ଭୁବନେଶ୍ୱର: ୨ ମାସରେ ୫୫ ହଜାର ୨୯୩ ଏକର ଜବରଦଖଲ ଉଚ୍ଛେଦ। ଏବେ ବି ୫୩ ହଜାର ୪୮୦ ଏକର ଜମି ଜବରଦଖଲରେ ଅଛି। ଏ ନେଇ ବିଧାନସଭାରେ ରାଜସ୍ୱ ମନ୍ତ୍ରୀ ସୂଚନା ଦେଇଛନ୍ତି ।ସେହିପରି ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ତୃତୀୟ ଦିନ । ବିଧାନସଭାରେ ଗୃହକାର୍ଯ୍ୟ ସୁରୁଖୁରୁରେ ଚାଲିଛି । ବାଚସ୍ପତି ସୁରମାପାଢୀଙ୍କ ଅଧ୍ୟକ୍ଷରେ ବିଧାନ ସଭାର ପ୍ରଶ୍ନକାଳ ଆରମ୍ଭ ହୋଇଛି । ବିଭାଗୀୟ ମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରୁଛନ୍ତି ବିଧାୟକ । ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ ।