ଭୁବନେଶ୍ୱର : ଆସନ୍ତାକାଲିଠୁ ଆରମ୍ଭ ହେଉଥିବା ଭୁବନେଶ୍ୱରରେ ଡିଜିପି ସମ୍ମିଳନୀକୁ ନେଇ ଖଲିସ୍ତାନୀ ସମର୍ଥକ ପନ୍ନୁର ପ୍ରତିକ୍ରିୟା । ଟେମ୍ପଲ ସିଟି ଭୁବନେଶ୍ୱରକୁ ଟେରର ସିଟି କହିବା ସହିତ ସମ୍ମିଳନୀକୁ ଆତଙ୍କି ସମ୍ମିଳନୀ ଭାବରେ ସମ୍ବୋଧନ କରିଛି ଖଲିସ୍ତାନୀ ଆତଙ୍କୀ ଗୁଡ ପନ୍ତ ସିଂ ପନ୍ନୁ । ଡିଜିପି ସମ୍ମିଳନୀରେ ଏନଆଇଏ , ସିଆରପିଏଫ, ବିଏସଏଫ, ଏନଏସି , ସିଆଇଏସଏଫ ଭଳି ସୁରକ୍ଷା ଅଧିକାରୀ ସାମିଲ ହେବେ । ହେସେ ଦେଶର ଏହି ସୁରକ୍ଷା ଅଧିକାରୀଙ୍କୁ ଆତଙ୍କି କହିଛି ପନ୍ନୁ । ବଡ କଥା ହେଉଛି ବୈଠକରେ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଗୃହ ମନ୍ତ୍ରୀ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭା ଉପସ୍ଥିତ ରହିବେ । ବୈଠକରେ ଦେଶର ସୁରକ୍ଷା ପ୍ରସଙ୍ଗକୁ ୁ ନେଇ ଆଲୋଚନା କରାଯିବ । କିନ୍ତୁ ପନ୍ନୁ ବୈଠକକୁ ଆତଙ୍କି ସମ୍ମିଳନୀ କହିବା ସହିତ ଗୃହମନ୍ତ୍ରୀ ଅମିତଶାହଙ୍କୁ ହେଡ ଅଫ ଟେରର ଅର୍ଗାନାଜେସନ ବୋଲି କହିଛନ୍ତି । କେବଳ ସେତିକି ନୁହେଁ, ରାଜଧାନୀକୁ ଆସି ପ୍ରତିବାଦ କରିବା ପାଇଁ ନିଜର ସମର୍ଥକଙ୍କୁ ଆହ୍ୱାନ ମଧ୍ୟ ଦେଇଛି । ପନ୍ନୁର ଏଭଳି ଆକ୍ରମଣାତ୍ମକ ଭିଡିଓକୁ ନେଇ ସାଧାରଣରେ ଉଦବେଗ ମଧ୍ୟ ପ୍ରକାଶ ପାଇଛି ।