32.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶମଝି ଆକାଶରେ ଯାତ୍ରୀଙ୍କ ହଙ୍ଗାମା

ମଝି ଆକାଶରେ ଯାତ୍ରୀଙ୍କ ହଙ୍ଗାମା

ନୂଆଦିଲ୍ଲୀ : ବିମାନ ଭିତରେ ଯାତ୍ରୀଙ୍କ ମାର୍‌ପିଟ୍ ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି। ମଝି ଆକାଶରେ ଯାତ୍ରୀଙ୍କ ଉତ୍ପାତ ଦେଖିବାକୁ ମିଳୁଛି। କେତେବେଳେ କିଏ କାହାକୁ ଚାପୁଡା ମାରିଦେଉଛି ଆଉ କିଏ ବିମାନ ସିଟ୍ ଭାଙ୍ଗି ଦେଉଛି। ଏଭଳି କିଛି ଘଟଣା ଏବେ ପୁଣି ଥରେ ସାମ୍ନାକୁ ଆସିଛି। ଜଣେ ଯାତ୍ରୀ ରାଗରେ ବିମାନର ସିଟ୍‌କୁ ଲାତ ମାରି ଭାଙ୍ଗି ଦେଇଛନ୍ତି। ଏହି ପୂରା ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅଷ୍ଟିସ୍‌ରୁ ଲସ୍ ଏଞ୍ଜଲିସ୍ ଯାଉଥିବା ୟୁନାଇଟେଡ୍ ଏୟାରଲାଇନ୍ସର ବିମାନରେ ଦେଖିବାକୁ ମିଳିଛି ଏକ ଚକିତ କଲା ଭଳି ଦୃଶ୍ୟ। ଡେଲିମେଲ୍‌ର ରିପୋର୍ଟ ଅନୁଯାୟୀ ବିମାନଟି ଉଡାଣ ଭରିବା ପରେ ଜଣେ ଯାତ୍ରୀ ମଝି ଆକାଶରେ କରିଛନ୍ତି ହଙ୍ଗାମା। ରାଗି ଯାଇ ସେ ନିଜ ବସିଥିବା ସିଟ୍‌କୁ ଲାତ ମାରି ଭାଙ୍ଗି ଦେଇଛନ୍ତି। ଏଭଳି କିରିବା ପାଇଁ ବିମାନ କର୍ମଚାରୀ ତାଙ୍କୁ ଅଟକାଇ ନଥିଲେ କିନ୍ତୁ ବିମାନରେ ଥିବା ଅନ୍ୟ ଯାତ୍ରୀ ତାଙ୍କୁ ବିରୋଧ କରିଥିଲେ।କାଲିଫର୍ଣ୍ଣିଆର ଜଣେ ଯାତ୍ରୀଙ୍କ କହିବା ମୁତାବକ, ଉକ୍ତ ଯାତ୍ରୀଙ୍କୁ ଅଟକାଇବା ପାଇଁ ଚେଷ୍ଟା କରାଯାଇଥିଲା। କିନ୍ତୁ ସେ କିଛି ଶୁଣିନଥିଲେ। ଶେଷ ଅନ୍ୟ ଯାତ୍ରୀମାନେ ମିଶି ତାଙ୍କୁ କାବୁ କରିବା ପାଇଁ ତାଙ୍କ ହାତ ଗୋଡ୍ ବାନ୍ଧି ସିଟ୍‌ରେ ବସାଇ ଦିଆଯାଇଥିଲା। ବିମାନଟି ଲ୍ୟାଣ୍ଡିଂ କରିବା ପରେ ପୁଲିସକୁ ଏନେଇ ସୂଚନା ଦିଆଯାଇଥିଲା। ଏହାପରେ ପୁଲିସ ଆସି ଉକ୍ତ ଯାତ୍ରୀଙ୍କୁ ଗିରଫ କରିଥିଲା। ସେପଟେ ଏହି ଘଟଣା ପରେ ଉକ୍ତ ଯାତ୍ରୀଙ୍କ ଉପରେ ସବୁଦିନ ପାଇଁ ବ୍ୟାନ୍ ଲଗାଇଛି ୟୁନାଇଟେଡ୍ ଏୟାରଲାଇନ୍ସ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking