21.1 C
Bhubaneswar
Tuesday, February 3, 2026
Homeଓଡିଶାଧାନ ଚୋରି ବେଳେ ମାଡି ବସିଲେ ଗ୍ରାମବାସୀ

ଧାନ ଚୋରି ବେଳେ ମାଡି ବସିଲେ ଗ୍ରାମବାସୀ

ବରଗଡ଼: ଖଳାରୁ ଧାନ ଚୋରି କରି ଚମ୍ପଟ ମାରିବାକୁ ଉଦ୍ୟମ କରୁଥିଲେ ଚୋର। ହେଲେ ଗ୍ରାମବାସୀଙ୍କ ହାବୁଡ଼ରେ ପଡ଼ିଗଲେ। ଚୋରମାନଙ୍କୁ କାବୁ କରି ପୁଲିସ ଜିମାରେ ଦେଇଛନ୍ତି ଗ୍ରାମବାସୀ। ଏପରି ଘଟଣା ଘଟିଛି ବରଗଡ଼ ଜିଲ୍ଲାରେ। ଅଭିୟୁକ୍ତମାନେ ସମ୍ବଲପୁର ଜୁଜୁମୁରା ଅଞ୍ଚଳର ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୪ଜଣ ନାବାଳକ ଅଛନ୍ତି। ଚାଷୀମାନେ କ୍ଷେତରୁ ଧାନ ଆଣି ଅମଳକରି ତାକୁ ଖଳାରେ ରଖିଛନ୍ତି। ଗତକାଲି ରାତିରେ ୮ ଜଣ ଚୋର ଏକ ମିନି ଟ୍ରକ୍ ଆଣି ଖଳାରେ ଥିବା ଧାନକୁ ଗାଡ଼ିରେ ଲଦି ନେବାକୁ ଉଦ୍ୟମ କରୁଥିଲେ। ଏହି ସମୟରେ ସେମାନେ ଗ୍ରାମବାସୀଙ୍କ ହାବୁଡ଼ରେ ପଡ଼ି ଯାଇଥିଲେ। ଗ୍ରାମବାସୀ ଚୋରମାନଙ୍କୁ କାବୁ କରିଥିଲେ ଓ ପୁଲିସକୁ ଖବର ଦେଇଥିଲେ। ପୁଲିସ ଚୋରମାନଙ୍କୁ ନିଜ ହେପାଜତକୁ ପଚରାଉଚରା କରିବା ସହ ଟ୍ରକକୁ ଜବତ କରିଛି। ସୂଚନାଯୋଗ୍ୟ, କିଛି ଦିନ ହେବ ସ୍ଥାନୀୟ ଅଞ୍ଚଳରେ ଚୋରମାନେ ଉତ୍ପାତ ଚଳାଇଥିବା ବେଳେ ମିନିଟ୍ରକରେ ବୋହି ଧାନ ନେଇଯାଉଥିବା ଅଭିଯୋଗ ଆସିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking