27.8 C
Bhubaneswar
Monday, June 22, 2026
Homeଓଡିଶାପାଠ ଶାଳାକୁ ଆସିଲେ ୨ ଛୁଆ ହାତୀ

ପାଠ ଶାଳାକୁ ଆସିଲେ ୨ ଛୁଆ ହାତୀ

ଭୁବନେଶ୍ୱର: ଭବାନୀପାଟଣାରୁ ଚନ୍ଦକା ଜଙ୍ଗଲରୁ ଆସିଲା ଛୁଆ ହାତୀ ରାଧିକା। ବନବିଭାଗର ଏକ ସ୍ୱତନ୍ତ୍ର ଟିମ୍‌ ରାଧିକାକୁ ଚନ୍ଦକା ଜଙ୍ଗଲରୁ ଆଣିଛି । କୁମାରଖୁଣ୍ଟି ହାତୀ ପାଠଶାଳାରେ ପହଞ୍ଚିଛି ରାଧିକା। ୪ ମାସର ଛୁଆ ହାତୀ ରାଧିକା । ମା ହାତୀ ବିଦ୍ୟୁତ ଆଘାତରେ ପ୍ରାଣ ହରାଇଥିଲା । ଏହା ପରେ ବେସାହାରା ଅବସ୍ଥାରେ ଏହି ହାତୀ ଛୁଆ ବୁଲିଥିବାରୁ ସେଠାରେ ବନ ଅଧିକାରୀ ତାକୁ ଉଦ୍ଧାର କରିଥିଲେ। କିନ୍ତୁ ସେଠି ତାର ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ତାକୁ ଚନ୍ଦକା ସ୍ଥାନତାରତ କରାଯାଇଛି। ଚନ୍ଦକାରେ ଏହି ଛୁଆ ହାତୀ ରାଧିକାର ଚିକିତ୍ସା ହେବ। ରାଧିକା ପୂର୍ବରୁ ୩ ଦିନ ତଳେ କେନ୍ଦୁଝରରୁ ମଧ୍ୟ ଏକ ଛୁଆ ହାତୀ ଦୁଇ ମାସର ଆସିଛି। କୁମାରଖୁଣ୍ଟି ପାଠଶାଳାରେ ଛୋଟ ବଡ଼ ମିଶେଇ ୮ ଟି ହାତୀ ରହିଛି। ୪ ଛୁଆ ହାତୀ ଆଉ ୪ ବଡ଼ ହାତୀ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking