20.1 C
Bhubaneswar
Tuesday, November 26, 2024
Homeଓଡିଶାଆଇନ ସେବା ପ୍ରାଧିକରଣ ପକ୍ଷ ରୁ ସମ୍ବିଧାନ ଦିବସ ପାଳନ

ଆଇନ ସେବା ପ୍ରାଧିକରଣ ପକ୍ଷ ରୁ ସମ୍ବିଧାନ ଦିବସ ପାଳନ

ଯାଜପୁର : ଯାଜପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ରେ ଜିଲ୍ଲା ଦୌରା ଜଜ୍ ତଥା ଆଇନ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ଶ୍ରୀ ଅମୃତ ରଞ୍ଜନ ନନ୍ଦ ଙ୍କ ଅଧ୍ୟକ୍ଷତାରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି।ପ୍ରଥମେ ପ୍ରାଧିକରଣ ର ଅଧ୍ୟକ୍ଷ ଭାରତୀୟ ସମ୍ବିଧାନ ର ମୁଖବନ୍ଧ କୁ ପାଠ କରାଇବା ସହିତ ଏହାର ସୁରକ୍ଷା ଓ କାର୍ଯ୍ୟକାରିତା ନେଇ ଶପଥ ପାଠ କରାଇ ଥିଲେ।ଶ୍ରୀଶରତ କୁମାର ଦେହୁରୀ ଆଡହକ୍ ଏଡିଜେ ଏଫ୍ ଟି ଏସ ସି ,ଶ୍ରୀ ମାନସ ରଞ୍ଜନ ସାମନ୍ତରାୟ ରେଜିଷ୍ଟ୍ରାର ସିଭିଲକୋର୍ଟ ଓ ପ୍ରାଧିକରଣ ର ପ୍ରାକ୍ତନ ସଦସ୍ୟ ଡ଼ ରୁଦ୍ରନାୟଣ ପୃଷ୍ଟି ପ୍ରମୁଖ ସମ୍ବିଧାନ ଦିବସ ର ମହତ୍ତ୍ଵ ସହିତ ନାଗରିକ ମାନଙ୍କ ମୈଳିକ କର୍ତ୍ତଵ୍ୟ ସମ୍ବନ୍ଧ ରେ ବିସ୍ତୃତ ଆଲୋଚନା କରିଥିଲେ ।ଦ୍ଵିତୀୟାର୍ଦ୍ଧରେ ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ମାନଙ୍କର କିପରି ଲଗାତର ଅନୁପସ୍ଥିତ କମିବ ଓ ଉପସ୍ଥାନ ବଢିବ ସେ ନେଇ ଅତିଥି ଆଲୋଚକ ଭାବେ ଜିଲ୍ଲା ବିଜ୍ଞାନ ପରିଦର୍ଶକ କୁମାରସେନ ସେନାପତି ଓ ଡ଼ ରୁଦ୍ରନାରାୟଣ ପୃଷ୍ଟି ଆଲୋଚନା କରିଥିଲେ ।ପ୍ରାଧିକରଣ ର ସଚୀବ ଶ୍ରୀମତୀ ଜ୍ୟୋତିର୍ମୟୀ ଦାସ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହ କାର୍ଯ୍ୟକ୍ରମ ପରିଚାଳନା ବେଳେ ପ୍ରାଧିକରଣ ର କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଏଥିରେ ପ୍ୟାନେଲ ଆଡଭୋକେଟ୍ ,ପିଏଲଭି ଓ ବିଭିନ୍ନ ଉଚ୍ଚବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଲିଗାଲ୍ ଲିଟ୍ରେସି କ୍ଲବ୍ ର ଭାରପ୍ରାପ୍ତ ଶିକ୍ଷକ ମାନେ ଯୋଗ ଦେଇଥିଲେ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking