27.1 C
Bhubaneswar
Thursday, March 26, 2026
Homeଦେଶ ବିଦେଶପିକଅପ୍ ଭ୍ୟାନ୍ ଟ୍ରକ୍ ସହ ମୁହାଁମୁହିଁ ଧକ୍କା: ୪ ମୃତ, ୧୬ ଆହତ

ପିକଅପ୍ ଭ୍ୟାନ୍ ଟ୍ରକ୍ ସହ ମୁହାଁମୁହିଁ ଧକ୍କା: ୪ ମୃତ, ୧୬ ଆହତ

ଗୁଜୁରାଟ: ଗୁଜୁରାଟର ସୁରେନ୍ଦ୍ରନଗର ଜିଲ୍ଲାରେ ପିକଅପ୍ ଭ୍ୟାନ୍ ଟ୍ରକ୍ ସହ ମୁହାଁମୁହିଁ ହେବା ପରେ ୪ ଜଣ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ୧୬ ଜଣ ଆହତ ହୋଇଛନ୍ତି। ଚୋଟିଲା ନିକଟରେ ଏହି ଘଟଣା ଘଟିଛି ବୋଲି ସ୍ଥାନୀୟ ପୋଲିସ ଷ୍ଟେସନର ଇନ୍ସପେକ୍ଟର ଆଇ ବି ଭାଲଭି କହିଛନ୍ତି। ଜିଲ୍ଲାର ଲିମ୍ବଡି ତାଲୁକା ଅନ୍ତର୍ଗତ ଶିଆନି ଗ୍ରାମରୁ ସୋମନାଥ ଅଭିମୁଖେ ଯାଉଥିବା ଏହି ଭ୍ୟାନ୍ ୨୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିଲା। ମୁହାଁମୁହିଁ ଧକ୍କା ହେବା ପରେ ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଡାକ୍ତରଖାନାରେ ଆଉ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସେ କହିଛନ୍ତି। ବିପରୀତ ଦିଗରୁ ଆସୁଥିବା ଟ୍ରକଟି ରାସ୍ତା କଡ଼ରେ ଥିବା ହୋଟେଲରେ ଅଟକି ଯିବା ପାଇଁ ଡାହାଣ ଆଡ଼କୁ ମୁହାଁଇଲା ବେଳେ ଏହା ପିକଅପ ଭ୍ୟାନ କୁ ଧକ୍କା ଦେଇଥିଲା। ତେବେ ଆହତ ଥିବା ୧୬ ଜଣ ରାଜକୋଟ ସିଭିଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ନେଇ ସୂଚନା ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking