25.1 C
Bhubaneswar
Monday, March 23, 2026
Homeଦେଶ ବିଦେଶପୋଲିସ ଦ୍ୱାରା ନିର୍ଯାତନାର ଶିକାର ହୋଇ ଜୀବନ ହାରିଲେ ମହିଳା

ପୋଲିସ ଦ୍ୱାରା ନିର୍ଯାତନାର ଶିକାର ହୋଇ ଜୀବନ ହାରିଲେ ମହିଳା

ବେଙ୍ଗାଲୁରୁ: ବେଙ୍ଗାଲୁୁରୁର ଜଣେ ମହିଳା ପୋଲିସ ଦ୍ୱାରା ଅତ୍ୟାଚାରର ଶିକାର ହୋଇ ନିଜ ଜୀବନ ହାରି ଦେଇଥିବା ଅଭିଯୋଗ ହୋଇଛି। ପୀଡ଼ିତା ଜଣକ ଆତ୍ମହତ୍ୟା କରିବା ସହ ଏକ ‘ସୁଇସାଇଡ୍ ନୋଟ୍‌’ ଛାଡ଼ି ଯାଇଛନ୍ତି। ସେଥିରେ ସେ ଉଲ୍ଲେଖ କରିଛନ୍ତି କି କିପରି ମହିଳା ପୁଲିସ୍‌ ଜଣକ ସମସ୍ତଙ୍କ ସମ୍ମୁଖରେ ତାଙ୍କ କପଡ଼ା ଖୋଲିବା ସହ ୨୫ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ୩୩ ବର୍ଷୀୟା ବ୍ୟବସାୟୀ ମହିଳା ଏସ୍ ଜିଭାଙ୍କ ଜୀବନ ଯିବା ପରେ ବେଙ୍ଗାଲୁର ପୋଲିସ ଅଭିଯୁକ୍ତ ସୁପରିଟେଣ୍ଡେଣ୍ଟ୍ ଇନ୍ ପୋଲିସ କନକଲକ୍ଷ୍ମୀଙ୍କ ନାମରେ ମାମଲା ରୁଜୁ କରି ଦତନ୍ତ ଆରମ୍ଭ କରିଛି।

ଦୁର୍ନୀତି ନିବାରଣ ଆଇନ ୧୯୮୮ ବିଭାଗ ଅଧୀନରେ ଏହି ମାମଲା ପଞ୍ଜିକୃତ ହୋଇଛି। ଏସ ଜିଭାଙ୍କ ମୃତଦେହ ତାଙ୍କ ବାସଭବନରୁ ଉଦ୍ଧାର ହୋଇଛି। ସିଆଇଡି ଅଧିକାରୀ ତାଙ୍କୁ ହଇରାଣ କରୁଥିବା ଅଭିଯୋଗ କରି ସେ ଏକ ୧୧ ପୃଷ୍ଠାର ‘ସୁଇସାଇଡ୍ ନୋଟ୍‌’ ଛାଡିଛନ୍ତି। ଏସ୍ ଜିଭା ବେଙ୍ଗାଲୁରୁର ପେନିଆରେ ଏକ କାଠ ସାମଗ୍ରୀ ଦୋକାନ ଚଳାଉଥିଲେ ଏବଂ ବୃତ୍ତି ଅନୁଯାୟୀ ଜଣେ ଆଇନଜୀବୀ ମଧ୍ୟ ଥିଲେ। ଗତ ଶୁକ୍ରବାର ରେ ସେ ଆତ୍ମହତ୍ୟା କରି ମୃତ୍ୟୁ ବରଣ କରିଥିଲେ। ଜିଭାଙ୍କ ଭଉଣୀ ଏସ ସଂଗୀତା ଡେପୁଟି ପୁଲିସ ଅଧୀକ୍ଷକ କନକଲକ୍ଷ୍ମୀଙ୍କୁ ମୃତ୍ୟୁ ପାଇଁ ଦାୟୀ ବୋଲି ଅଭିଯୋଗ କରି ପୁଲିସ ନିକଟସ୍ଥ ହୋଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking