ନୂଆଦିଲ୍ଲୀ: ଶୀତକାଳୀନ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ। ସମ୍ବିଧାନର ୭୫ ବର୍ଷରେ ଆମେ ପ୍ରବେଶ କରିଛୁ। ନୂଆ ସାଂସଦ ମାନେ ନୂଆ ଆଶା ନେଇ କାମ କରିବାକୁ ଆସିଛନ୍ତି। ଅନେକ ସମସ୍ୟା ଅଛି , ଅନେକ ଆଲୋଚନା କରିବାର ଅଛି। ଆଶା କରୁଛି ଏ ଅଧିବେଶନ ଅତ୍ୟନ୍ତ ଭଲ ହେବ। କିଛି ସାଂସଦ ଲୋକଙ୍କ ଭାବନାକୁ ବୁଝନ୍ତିନି, ତାଙ୍କ ଦାଇତ୍ୱ ଭୁଲି ଯାଆନ୍ତି। ସେଥିପାଇଁ ଜନତା ତାଙ୍କୁ ବାରମ୍ବାର ଅସ୍ବୀକାର କରିଛନ୍ତି। ସଂସଦରେ ଚାଲିଥିବା ଚର୍ଚ୍ଚାରେ ଯୋଗଦାନ କରନ୍ତୁ, ହଙ୍ଗାମା ନ କରନ୍ତୁ।










