29.1 C
Bhubaneswar
Sunday, February 8, 2026
Homeଖେଳହାଇଦ୍ରାବାଦ କିଣିଲା ଶାମିଙ୍କୁ

ହାଇଦ୍ରାବାଦ କିଣିଲା ଶାମିଙ୍କୁ

ନୂଆଦିଲ୍ଲୀ: ୧୦ କୋଟି ଟଙ୍କାରେ ହାଇଦ୍ରାବାଦ ୧୦ କିଣିଛି ଭାରତୀୟ ସ୍ପିଡ ଷ୍ଟର ମହମ୍ମଦ ଶାମିଙ୍କୁ ସନ ରାଇଜର୍ସ । ତାଙ୍କୁ ନେବା ପାଇଁ ପ୍ରଥମେ ଚେନ୍ନାଇ ସୁପର କିଙ୍ଗସ ବିଡ ଲଗାଇଥିଲା। ହେଲେ କୋଲକାତା ସହ ଲଢ଼େଇ ପରେ ଚେନ୍ନାଇ ରେସରୁ ଓହରି ଯାଇଥିଲା। ୯.୭୫ କୋଟି ଟଙ୍କାରେ ଶାମିଙ୍କୁ କୋଲକାତା ଏକ ପ୍ରକାରର ନିଜ ସହ ସାମିଲ କରି ସାରିଥିଲା। ଶାମିଙ୍କ ପୂର୍ବତନ ଟିମ ଗୁଜରାଟ ଟାଇଟନ୍ସ ମଧ୍ୟ ଆରଟିଏମ ବ୍ୟବହାର କରି ନଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ହାଇଦ୍ରାବାଦ ବିଡ ଲଗାଇ ଶାମିଙ୍କୁ ୧୦ କୋଟି ଟଙ୍କାରେ କିଣିଛି। ସେହିପରି ଇଂଲଣ୍ଡର ଜୋଶ ବଟଲରଙ୍କୁ ଗୁଜରାଟ ଟାଇଟନ୍ସ ନିଜ ସହ ସାମିଲ କରିଛି। ଗୁଜରାଟ ୧୫.୭୫ କୋଟି ଟଙ୍କାରେ ବଟଲରଙ୍କୁ ନିଜ ସହ ସାମିଲ କରିଛି। ତାଙ୍କୁ ନେବା ପାଇଁ ରାଜସ୍ଥାନ ରୟାଲ୍ସ ଓ ପଞ୍ଜାବ କିଙ୍ଗସ ଆଗ୍ରହ ଦେଖାଇଥିଲେ। ୧୩.୫୦ କୋଟି ଟଙ୍କା ବଳରେ ଲକ୍ଷ୍ନୌ ମଧ୍ୟ ବଟଲରଙ୍କୁ କିଣିବାକୁ ଚାହିଁଥିଲା। ହେଲେ ଗୁଜରାଟ ତାଙ୍କୁ ୧୫.୭୫ ଟଙ୍କାରେ ନେଇଛି। ଅନ୍ୟପକ୍ଷରେ ମିଚେଲ ଷ୍ଟାର୍କ ୨୦୨୪ ଅକ୍ସନ ତୁଳନାରେ ଯଥେଷ୍ଟ କମ ଦାମରେ ବିକ୍ରି ହୋଇଛନ୍ତି। ୨୦୨୪ରେ କୋଲକାତା ତାଙ୍କୁ ରେକର୍ଡ ୨୪.୭୫ କୋଟି ଟଙ୍କାରେ କିଣିଥିଲା। ହେଲେ ଏଥର ଦିଲ୍ଲୀ କ୍ୟାପିଟାଲ୍ସ ତାଙ୍କୁ ୧୧.୭୫ କୋଟି ଟଙ୍କାରେ କିଣିଛି। ଦିଲ୍ଲୀ ସହ ଆରସିବି ମଧ୍ୟ ଷ୍ଟାର୍କଙ୍କୁ ନେବାକୁ ଚାହିଁଥିଲା। ସେହିପରି କେକେଆର ମଧ୍ୟ ୧୦.୭୫ କୋଟିରେ ଷ୍ଟାର୍କଙ୍କୁ ନେବାକୁ ଆଗ୍ରହ ଦେଖାଇଥିଲା। ହେଲେ ସମସ୍ତଙ୍କୁ ମାତ ଦେଇ ଦିଲ୍ଲୀ ତାଙ୍କୁ ୧୧.୭୫ କୋଟି ଟଙ୍କାରେ କିଣିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking