31.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶଉତ୍ତର କୋରିଆକୁ ରୁଷ୍‌ର ରିଟର୍ଣ୍ଣ ଗିଫ୍ଟ; ପଠାଇଲା ସିଂହ, ଭାଲୁ, ବତକ ସମେତ ୭୦ରୁ ଊର୍ଦ୍ଧ୍ୱ...

ଉତ୍ତର କୋରିଆକୁ ରୁଷ୍‌ର ରିଟର୍ଣ୍ଣ ଗିଫ୍ଟ; ପଠାଇଲା ସିଂହ, ଭାଲୁ, ବତକ ସମେତ ୭୦ରୁ ଊର୍ଦ୍ଧ୍ୱ ପଶୁପକ୍ଷୀ

ନୂଆଦିଲ୍ଲୀ: ୟୁକ୍ରେନ୍ ବିପକ୍ଷ ଯୁଦ୍ଧରେ ସହାୟତା କରିବା ପାଇଁ କିମ୍ ଜୋଙ୍ଗ୍ ଉନ୍ ନିଜ ସୈନ୍ୟବଳର କିଛି ପ୍ଲାଟୁନ୍ (ପ୍ରାୟ ୧୦ହଜାର ସୈନ୍ୟ)କୁ ରୁଷ୍ ପଠାଇଛନ୍ତି, ଯାହାକି ଦୁଇ ଦେଶର ନେତାଙ୍କ ମଧ୍ୟରେ ବନ୍ଧୁତାକୁ ପ୍ରତିଫଳିତ କରିଛି। କିମ୍ ମଧ୍ୟ ରୁଷ୍ ଗସ୍ତରେ ଯାଇଥିବା ବେଳେ ପୁତିନ୍ ତାଙ୍କୁ ଗାଡ଼ିରେ ବସାଇ ନିଜେ ଗାଡି ଚଲାଇବାର ଭିଡିଓ ତଥା ଫଟୋ ବିଶ୍ୱବାସୀ ଦେଖିଥିଲେ। ତେବେ ନିଜ ସୈନ୍ୟଙ୍କୁ ସହାୟତା ପାଇଁ ରୁଷ୍ ପଠାଇଥିବା କାରଣରୁ ପୁତିନ୍ ମଧ୍ୟ ରିଟର୍ଣ୍ଣ ଉପହାର ଭାବେ ଉତ୍ତର କୋରିଆକୁ ଏକ ବଡ଼ ଉପହାର ଦେଇଛନ୍ତି।

ରିପୋର୍ଟ ଅନୁସାରେ ରୁଷ୍ ଏବେ କିଛି ସିଂହ, ଭାଲୁ, ବତକ ସମେତ ୭୦ରୁ ଅଧିକ ଜୀବଜନ୍ତୁଙ୍କୁ ଉତ୍ତର କୋରିଆକୁ ଉପହାର ସ୍ୱରୂପ ପଠାଇଛି। ଏହି ପଶୁମାନଙ୍କୁ ମସ୍କୋରୁ ଉତ୍ତର କୋରିଆର ରାଜଧାନୀ ପ୍ୟୋଙ୍ଗୟାଙ୍ଗକୁ ନିଆଯାଇଛି। ସୈନିକଙ୍କ ବଦଳରେ ରୁଷ୍ ଉତ୍ତର କୋରିଆକୁ ଏହି ଉପହାର ପଠାଇଥିବା ଜଣାପଡିଛି। ବର୍ତ୍ତମାନ ରୁଷିଆର ପଶୁମାନେ ଉତ୍ତର କୋରିଆ ପ୍ରାଣୀ ଉଦ୍ୟାନରେ ଗୌରବ ବଢାଇବେ। ତେବେ ଏହା ପ୍ରଥମ ଘଟଣା ନୁହେଁ ଯେ ରୁଷ୍ ଉତ୍ତର କୋରିଆକୁ ଉପହାର ସ୍ୱରୂପ ପଶୁ ପଠାଇଛି। ଏହାପୂର୍ବରୁ ଚଳିତ ବର୍ଷ ଏପ୍ରିଲ ମାସରେ ମଧ୍ୟ ରୁଷ୍ ପ୍ୟୋଙ୍ଗୟାଙ୍ଗ କେନ୍ଦ୍ରୀୟ ପ୍ରାଣୀ ଉଦ୍ୟାନକୁ ଇଗଲ, କ୍ରେନ ଏବଂ ପାରା ସମେତ ଅନେକ ପକ୍ଷୀ ପଠାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking