20.1 C
Bhubaneswar
Saturday, November 23, 2024
Homeଓଡିଶାବାହାରେ ଧାନ କିଣିଲେ ହେବ କଡା ଆକ୍ସନ: ମନ୍ତ୍ରୀ

ବାହାରେ ଧାନ କିଣିଲେ ହେବ କଡା ଆକ୍ସନ: ମନ୍ତ୍ରୀ

ଭୁବନେଶ୍ୱର: ଚାଷୀଙ୍କଠୁ କମ ଦାମରେ ଧାନ କିଣି ମହଜୁଦ କରି ରଖିବା ପ୍ରସଙ୍ଗରେ କଡା ଚେତାବନୀ ଦେଇ କହିଛନ୍ତି ଧାସଳଖ ମିଲର ମାନେ କୃଷକଙ୍କ ନିକଟରୁ ଧାନ କିଣି ପାରିବେ ନାହିଁ । ବିଭାଗୀୟ ମନ୍ତ୍ରୀ କୃଷ୍ଣ ପାତ୍ର । କେବଳ ସରକାରଙ୍କ ଦ୍ଵାରା ସ୍ଥିରୀକୃତ ମଣ୍ଡି ରୁ  ଧାର୍ଯ୍ୟ  ଦରରେ ଧାନ କିଣିବେ। ସିଧାସଳଖ ମିଲରଙ୍କ  ପାଖକୁ ଧାନ ଯିବ ନାହିଁ । ଯଦି ମିଲର ସିଧାସଳଖ ଧାନ କିଣିବେ ସେ ମିଲକୁ ସିଲ କରି ଦିଆଯିବ । କଡ଼ା ଆକ୍ସନ ନିଆଯିବ । ସେହି ମିଲକୁ କଳା ତାଲିକା ଭୁକ୍ତ କରାଯିବ , ସେ ଆଉ ବେପାର କରି ପାରିବ ନାହିଁ । ନୂଆପଡ଼ାରେ ସେମିତି ଘଟଣା ସାମ୍ନାକୁ ଆସିଥିଲା ମିଲ ମାଲିକ ମଣ୍ଡିରୁ ଧାନ ନ କିଣି ୫୦୦ କୁଇଣ୍ଟାଲ ଧାନ ୧୭୦୦ ଟଙ୍କାରେ କିଣି ମହଜୁଦ ରଖିଥିଲା ତାକୁ ସିଲ କରାଯାଇଛି । ଆଗକୁ ଏମିତି ଯିଏ ବି କାମ କରିବ ତା ଉପରେ କଡା ଆକ୍ସନ ନେବେ ରାଜ୍ୟ ସରକାର । ଚାଷୀ ମାନେ ଧାନ ବିକିବା ପାଇଁ ତରତର ହେଇ ଯାଉଥିବାରୁ ତାର ସୁଯୋଗ ଦଲାଲ ମାନେ ନେଉଛନ୍ତି । ତେଣୁ ଚାଷୀ ମାନଙ୍କୁ ଅପିଲ କରୁଛି ଟୋକନ ଯେଉଁ ସମୟରେ ଦିଆ ଯାଉଛି ସେହି ସମୟରେ ଧାନ ମଣ୍ଡିକୁ ଆଣନ୍ତୁ । ସରକାର ସେହି ଦିନ ହିଁ ତାଙ୍କ ଠୁ ଧାନ କିଣିନେବେ ।  ସେମାନଙ୍କ ଧାନ ମଣ୍ଡିରେ ପଡ଼ି ରହିବ ନାହିଁ  ,ଏଥିସହ ସେ କହିଛନ୍ତି ଏବେ ବି ଅଭାବୀ ବିକ୍ରି ହେଉଛି । ଧାନ କିଣାଯିବା ଯାଏଁ ସେମାନେ ଅପେକ୍ଷା କରି ରହି ପାରୁନାହାନ୍ତି ।  ମିଡିଲ ମ୍ୟାନ ତାଙ୍କ ପାଖେ ପହଂଚି ଯାଉଛନ୍ତି । ପୂର୍ବରୁ ଏହି ଯୋଗାଣ ବିଭାଗରେ ବହୁତ୍ କେଳାଙ୍କାରି ଚାଲୁଥିଲା ଏ ସରକାରରେ ଚାଲିବ ନାହିଁ । ବୋଲି କହିଛନ୍ତି  ବିଭାଗୀୟ ମନ୍ତ୍ରୀ କୃଷ୍ଣ ପାତ୍ର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking