ସମ୍ବଲପୁର : ଆଜି ସମ୍ବଲପୁର ଜିଲ୍ଲାରେ ଧାନ କିଣା ଆରମ୍ଭ ହେବ । ବରେଇପାଲି ମଣ୍ଡିରେ ପୂଜାର୍ଚ୍ଚନା ପରେ ଚାଷୀଙ୍କଠାରୁ ଧାନ କିଣାଯିବ । ଚଳିତ ବର୍ଷ ଚାଷୀମାନେ ଧାନ କୁଇଣ୍ଟାଲ ପିଛା ୩୧ ଶହ ଟଙ୍କା ପାଇବେ । ପ୍ରଥମେ ୨୩ ଶହ ଟଙ୍କା ଏବଂ ୪୮ ଘଣ୍ଟା ଭିତରେ ୮୦୦ ଟଙ୍କା ଇନପୁଟ ସବସିଡି ପାଇବେ । ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀ ଓ ଚାଷୀଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା ପରେ ଧାନ କିଣା ଆରମ୍ଭ ହେବ ।