21.1 C
Bhubaneswar
Sunday, November 24, 2024
Homeଓଡିଶାପାରିବାରିକ କଳହ ନେଲା ଉଗ୍ରରୂପ; ପଙ୍ଖାରେ ଝୁଲି ପଡ଼ିଲେ ସ୍ୱାମୀ, ସ୍ତ୍ରୀ

ପାରିବାରିକ କଳହ ନେଲା ଉଗ୍ରରୂପ; ପଙ୍ଖାରେ ଝୁଲି ପଡ଼ିଲେ ସ୍ୱାମୀ, ସ୍ତ୍ରୀ

କନ୍ଧମାଳ : ପାରିବାରିକ କଳହ ନେଲା ଉଗ୍ରରୂପ। ଶେଷରେ ପଙ୍ଖାରେ ଝୁଲି ପଡ଼ିଲେ ଉଭୟ ସ୍ୱାମୀ, ସ୍ତ୍ରୀ । କନ୍ଧମାଳ ଜିଲ୍ଲା ବାଲିଗୁଡାର ଏକ ଦମ୍ପତି, ପ୍ରମୋଦ ମଲିକ ଓ ପୁଆରି ମଲିକ ମୋବାଇଲ ପାଇଁ ଝୁଲିପଡିଛନ୍ତି । ସୂଚନା ମୁତାବକ, ପ୍ରମୋଦଙ୍କ ବିବାହ ଦୁଇ ବର୍ଷ ହୋଇଛି । କୋଳକୁ ଆସିଛି କୁନି କନ୍ୟା ସନ୍ତାନ । ଅଭାବ ଅନଟନକୁ ନେଇ ଏମିତି ତ ସବୁ ଘରେ ଗଣ୍ଡଗୋଳ ହୋଇଥାଏ । ହେଲେ ପୁଆରି ତାଙ୍କ ବାପ ଘରୁ ଆଣିଥିବା ମୋବାଇଲକୁ ପ୍ରମୋଦ ବିକିଦେଇ ମଦ ପିଇଦେବା ପରେ ଏହି ଦମ୍ପତିଙ୍କ ଭିତରେ ସୃଷ୍ଟି ହୋଇଥିଲା ଫାଟ । ସବୁ ସମୟରେ ପୁଆରି ମୋବାଇଲ ବିକିବାକୁ ନେଇ ପ୍ରମୋଦଙ୍କ ସହ ଝଗଡା କରୁଥିଲେ । ତାଙ୍କ ମୋବାଇଲ ଆଣି ଦେବାକୁ ଅଡି ବସୁଥିଲେ ।

ହେଲେ ଏହି ଗଣ୍ଡଗୋଳ ଗତକାଲି ରାତିରେ ଉଗ୍ରରୂପ ନେଇଥିଲା । ଅନେକ ସମୟ ଦୁହେଁ ଝଗଡା କରିବା ପରେ ଗୋଟିଏ କୋଠରୀକୁ ଚାଲିଯାଇଛ ପଙ୍ଖାରେ ଝୁଲି ପଡିଥିଲେ । ପ୍ରମୋଦ ବାରମ୍ବାର କବାଟ ଖୋଲିବାକୁ କାକୁତି ମିନତି ହୋଇଥିଲେ । ହେଲେ ଯେତେବେଳେ ପୁଆରି ଆଉ କବାଟ ଖୋଲିଲେ ନାହିଁ ପ୍ରମୋଦ ମଧ୍ୟ ଅନ୍ୟ ଘରେ ବେକରେ ଗାମୁଛା ଦେଇ ଝୁଲି ପଡିଲେ । ବାପା ମା ଦୁଇଜଣ ମରିବା ପରେ ଶିଶୁ କନ୍ୟା କାନ୍ଦିବାରେ ଲାଗିଥିଲା । ପ୍ରମୋଦଙ୍କ ଘରୁ କଳି ଓ କବାଟ ଖୋଲିବାକୁ ପ୍ରମୋଦଙ୍କ ତାଗିଦ ପଡିଶା ଲୋକ ଶୁଣିଥିଲେ । ଯେତେବେଳେ ଶିଶୁ କନ୍ୟା ଦୀର୍ଘ ସମୟ ଧରି ରାହା ଧରି କାନ୍ଦିବା ପରେ ମଧ୍ୟ କେହି ତାକୁ ଚୁପ କରାଇଲେନି, ପଡିଶା ଆସିଥିଲେ । ଘର କବାଟ ବାଡେଇଥିଲେ ମଧ୍ୟ କାହା ପାଟି ଶୁଭିନଥିଲା । ଝରକା ପଟୁ ଦେଖନ୍ତି ଦୁହେଁ ଦୁଇଟି କୋଠରୀରେ ଝୁଲୁଥିଲେ । ତୁରନ୍ତ ପୋଲିସକୁ ସୂଚନା ଦିଆଗଲା । ଖବର ପାଇ ପୋଲିସ ଆସି ସେମାନଙ୍କ ଶବ ଉଦ୍ଧାର କରିବା ସହ ପଞ୍ଚନାମା କରିଛି ଓ ବ୍ୟବଚ୍ଛେଦ ପାଇଁ ଦମ୍ପତିଙ୍କ ଶବ ପଠାଇ ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking