21.1 C
Bhubaneswar
Sunday, November 24, 2024
Homeଦେଶ ବିଦେଶହ୍ୱାଟସ୍‌ ଆପରେ ସାଇବର୍ ଠକେଇ

ହ୍ୱାଟସ୍‌ ଆପରେ ସାଇବର୍ ଠକେଇ

ନୂଆଦିଲ୍ଲୀ : ଦିନକୁ ଦିନଲୋକଙ୍କୁ ଫସାଇ ପୁଳା ପୁଳା ଟଙ୍କା ଲୁଟି ନେଉଛନ୍ତି ଦୁର୍ବୃତ୍ତ । ଖାଲି କରିଦେଉନ୍ତି ଆକାଉଣ୍ଟ । ତେବେ ଏହା ଉପରେ ଏବେ ଲାଗିବ ବ୍ରେକ୍‌। ଡିଜିଟାଲ ଆରେଷ୍ଟ ଓ ସାଇବର୍ ଠକେଇ ମାମଲାରେ ବଡ଼ ଆକ୍ସନ ନେଇଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ୧୭ ହଜାର ହ୍ୱାଟସ୍ ଆପ୍ ଆକାଉଣ୍ଟକୁ ବ୍ଲକ୍ କରିଦେଇଛି । ଏହି ସନ୍ଦିଗ୍ଧ ଆକାଉଣ୍ଟଗୁଡିକର ଲିଙ୍କ୍ ଡିଜିଟାଲ୍ ଆରେଷ୍ଟ ଏବଂ ସାଇବର ଠକେଇ ମାମଲା ସହିତ ଜଡିତ ଥିଲା ବୋଲି କୁହାଯାଉଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ଏହି ପ୍ରସଙ୍ଗରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । ଏଥିସହ ଗୃହ ମନ୍ତ୍ରଣାଳୟର ଆଭ୍ୟନ୍ତରୀଣ ସୁରକ୍ଷା ସଚିବ ଏହି କମିଟି ଉପରେ ନଜର ରଖିଛନ୍ତି । ଗୃହ ମନ୍ତ୍ରଣାଳୟର ସାଇବର ୱିଙ୍ଗ ୭୦୯ଟି ମୋବାଇଲ୍ ଆପ୍‌କୁ ମଧ୍ୟ ବ୍ଲକ୍ କରିଦେଇଛି । ସାଇବର ଠକେଇ ଏବଂ ଡିଜିଟାଲ ଆରେଷ୍ଟ ଘଟଣାରେ ୬ ଲକ୍ଷ ମୋବାଇଲ୍ ଫୋନ୍ ଜଡିତ ଥିବା ଜଣାପଡିଛି । ଏପରି ଅପରାଧକୁ ରୋକିବା ପାଇଁ ଗୃହ ମନ୍ତ୍ରଣାଳୟ ଆଗାମୀ ଦିନରେ ଅଧିକ କଠୋର ପଦକ୍ଷେପ ନେଇପାରେ ବୋଲି କୁହାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking