25.1 C
Bhubaneswar
Tuesday, February 3, 2026
Homeଓଡିଶାଭୁବନେଶ୍ୱରଶିକ୍ଷା ସମସ୍ୟା ସମାଧାନ ଦାବିରେ ଦିଲ୍ଲୀରେ ଏଆଇଡିଏସଓ ପକ୍ଷରୁ ଅନୁଷ୍ଠିତ ହେବ ଦଶମ ସର୍ବଭାରତୀୟ ଛାତ୍ର...

ଶିକ୍ଷା ସମସ୍ୟା ସମାଧାନ ଦାବିରେ ଦିଲ୍ଲୀରେ ଏଆଇଡିଏସଓ ପକ୍ଷରୁ ଅନୁଷ୍ଠିତ ହେବ ଦଶମ ସର୍ବଭାରତୀୟ ଛାତ୍ର ସମ୍ମିଳନୀ

ଭୁବନେଶ୍ୱର: ଏଆଇଡିଏସଓ ରାଜ୍ୟ ପରିଷଦ ପକ୍ଷରୁ ଭୁବନେଶ୍ବର ସାମ୍ବାଦିକ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଏଆଇଡିଏସ୍ଓ ଓଡ଼ିଶା ରାଜ୍ୟ ପରିଷଦ ସଭାପତି ସୋମନାଥ ବେହେରା ଓ ସମ୍ପାଦକ ସିଦ୍ଧାର୍ଥ ରଥ ସୂଚନା ଦେଇ କହିଥିଲେ ଯେ ଆସନ୍ତା ନଭେମ୍ବର ୨୭ ରୁ ୨୯ ପର୍ଯ୍ୟନ୍ତ ଦିଲ୍ଲୀ ତାଲକୋଟ୍ରା ଷ୍ଟାଡିୟମ୍ ଠାରେ ଏଆଇଡିଏସ୍ଓ ନେତୃତ୍ବରେ ସମ୍ପ୍ରତି ଦେଶର ଶିକ୍ଷା ସମସ୍ୟା ସମାଧାନ ଦାବିରେ ଦଶମ ସର୍ବଭାରତୀୟ ଛାତ୍ର ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏହି ସମ୍ମିଳନୀ ଶିକ୍ଷା ଧ୍ୱଂସକାରୀ ଜାତୀୟ ଶିକ୍ଷାନୀତି-୨୦୨୦କୁ ଦୁରନ୍ତ ବାତିଲ କରିବା, ଶିକ୍ଷାକ୍ଷେତ୍ରରେ ଫିସ୍ ବୃଦ୍ଧି ବନ୍ଦ କରିବା, ସରକାରୀ ଶିକ୍ଷାକୁ ସୁରକ୍ଷିତ କରିବା, ସମସ୍ତ ଶିକ୍ଷାନୁଷ୍ଠାନରେ ଆବଶ୍ୟକ ଶିକ୍ଷକ, ଅଧ୍ୟାପକ, ଶିକ୍ଷାକର୍ମଚାରୀ ପଦବୀ ସ୍ଥାୟୀ ଭିତ୍ତିରେ ପୂରଣ କରିବା,ସରକାରୀ ବିଶ୍ବବିଦ୍ୟାଳୟଗୁଡିକର ସ୍ୱାୟତ୍ତତା ଫେରାଇଦେବା, ବନ୍ଦ ହୋଇଥିବା ସମସ୍ତ ସରକାରୀ ପ୍ରାଥମିକ ବିଦ୍ୟାଳୟଗୁଡିକ ତୁରନ୍ତ ଖୋଲିବା, ଏନ.ଟି.ଏ କୁ ରଦ୍ଧ କରିବା, ପରୀକ୍ଷା ପରିଚାଳନାରେ ସମସ୍ତ ଅନୀୟମିତତାକୁ ଦୂର କରିବା, ଡାକ୍ତରୀ ଶିକ୍ଷାରେ ଅବୈଜ୍ଞାନିକ ସିବିଏମଇ ପ୍ରଚଳନ ବନ୍ଦ କରିବା ଓ ନେକ୍ସଟ୍ ବାତିଲ କରିବା, ଚାରି ବର୍ଷିଆ ଡିଗ୍ରୀ କୋର୍ସ ପ୍ରଚଳନ ବନ୍ଦ କରିବା, ଅବିଳମ୍ବେ ପ୍ରତ୍ୟକ୍ଷ ଛାତ୍ର ସଂସଦ ନିର୍ବାଚନ କରାଇବା,କ୍ୟାମ୍ପସ ଓ ବାହାରେ ଛାତ୍ରୀ ତ‌ଥା ମହିଳାମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଆଦି ଦାବିକୁ ନେଇ ଅନୁଷ୍ଠିତ ଏହି ଛାତ୍ର ସମ୍ମିଳନୀରେ ଦେଶର ପ୍ରାୟ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଶିକ୍ଷାନୁଷ୍ଠନଗୁଡ଼ିକରୁ ଛାତ୍ରଛାତ୍ରୀ, ଶିକ୍ଷାବିତ, ବୁଦ୍ଧିଜୀବୀ , ସାଂସ୍କୃତିକ କର୍ମୀ ସମେତ ଦେଶ ବିଦେଶର ବହୁ ଛାତ୍ର ସଂଗଠନ ନେତୃତ୍ଵ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିବେ। ଏହି ସମ୍ମିଳନୀର ପ୍ରକାଶ୍ୟ ଅଧିବେଶନର ଉଦଘାଟନ କରିବେ ଦେଶର ଖ୍ୟାତନାମା ଐତିହାସିକ ପ୍ରଫେସର ଇର୍ଫାନ ହବିବ୍, ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ଲେଖକ, ବି ଏସ ଆର୍କାଇବର ଉପଦେଷ୍ଟା ପ୍ରଫେସର ଚମନ ଲାଲ୍, ଅନ୍ୟତମ ଅତିଥି ଭାବରେ ଏଆଇଡିଏସଓ ର ପୂର୍ବତନ ସଭାପତି ଅରୁଣ କୁମାର ସିଂ, ଉଦଯାପନୀ ଅଧିବେଶନରେ ଯୋଗ ଦେବେ ଏଆଇଡିଏସଓ ର ପ୍ରଥମ ସାଧାରଣ ସମ୍ପାଦକ ତଥା ଏସୟୁସିଆଇର ସାଧାରଣ ସମ୍ପାଦକ ପ୍ରଭାସ ଘୋଷ। ପ୍ରକାଶ୍ୟ ଅଧିବେଶନରେ ସଭାପତିତ୍ବ କରିବେ ଏଆଇଡିଏସଓ ର ସାଧାରଣ ସମ୍ପାଦକ ସୌରଭ ଘୋଷ ଓ ବକ୍ତବ୍ୟ ରଖିବେ ସର୍ବଭାରତୀୟ ସଭାପତି ଭି ଏନ ରାଜଶେଖର । ଓଡ଼ିଶାର ବିଭିନ୍ନ ଜିଲ୍ଲାର ଶିକ୍ଷାନୁଷ୍ଠାନମାନଙ୍କରୁ ପ୍ରାୟ ତିନି ଶହରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ପ୍ରତିନିଧି ଭାବେ ଅଂଶଗ୍ରହଣ କରିବେ। ଏହି ଐତିହାସିକ ଛାତ୍ର ସମ୍ମିଳନୀକୁ ସର୍ବାନ୍ତକରଣରେ ସମସ୍ତ ଦିଗରୁ ସାହାଯ୍ୟ ସହଯୋଗ କରି ସଫଳ କରିବା ପାଇଁ ଏଆଇଡିଏସଓ ଓଡ଼ିଶା ରାଜ୍ୟ ପରିଷଦ ପକ୍ଷରୁ ରାଜ୍ୟର ଛାତ୍ରଛାତ୍ରୀ, ଶିକ୍ଷକ, ଅଧ୍ୟାପକ, ଶିକ୍ଷାପ୍ରେମୀ ଜନସାଧାରଣଙ୍କୁ ଆହ୍ବାନ କରାଯାଇଛି। ଆଜିର ସାମ୍ବାଦିକ ସମ୍ମିଳନୀରେ ଏଆଇଡିଏସଓ ଓଡ଼ିଶା ରାଜ୍ୟ ପରିଷଦ ଅଫିସ ସମ୍ପାଦକ ନସିମ ସରକାର, କୋଷାଧ୍ୟକ୍ଷା ସପ୍ତର୍ଷିନୀ ରାଉଳ ପ୍ରମୁଖ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking